ଏ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ, ଲଗାତାର ନବମ ବର୍ଷ ପାଇଁ ନିର୍ବାଚନ ବନ୍ଦ ସମ୍ଭାବନା
ଏ ବର୍ଷ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଲଗାତାର ୯ମ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିବାକୁ ଯାଉଛି। ତେବେ ଏନେଇ ଏପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ।
ସୂଚନା ଅନୁଯାୟୀ, ୨୦୨୬-୨୭ ଶିକ୍ଷାବର୍ଷରେ ୟୁଜି ଓ ପିଜି ପାଠ୍ୟକ୍ରମରେ ନାମଲେଖା ବିଳମ୍ବ, କ୍ୟାମ୍ପସରେ ଛାତ୍ର ଅଶାନ୍ତି ଏବଂ 'ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି' ଯୋଜନାକୁ ନେଇ ଚାଲିଥିବା ପ୍ରକ୍ରିୟା ଯୋଗୁଁ ଚଳିତ ଶିକ୍ଷାବର୍ଷରେ ନିର୍ବାଚନ ନ କରିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق