ଗଣିଆ (ମଣିଭଦ୍ରା ଖବର) ଦୀର୍ଘ ବର୍ଷ ହେଲା ଫେରାର ଥିବା ୱାରେଣ୍ଟିକୁ ଗିରଫ କରିଛି ଗଣିଆ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଛାମୁଣ୍ଡିଆର ନରେନ୍ଦ୍ର ନାୟକ ବୋଲି ଜଣାପଡିଛି । ୨୦୧୮ ମସିହାରେ ସେ ସଂପୃକ୍ତ ଥିବା ଗୋଟିଏ କେସ୍ ମାମଲାରେ ଫେରାର ଥିବା ବେଳେ ବର୍ତ୍ତମାନ ତାଙ୍କ ଉପରେ ବିଭିନ୍ନ ସ୍ଥାନରେ ୪ଗୋଟି ୱାରେଣ୍ଟ ଜାରି କରିଛନ୍ତି ମାନ୍ୟବର ଅଦାଲତ । ବହୁ ଦିନ ଫେରାର ହୋଇ ରାଜ୍ୟ ସାରା ବୁଲି ବୁଲି ରହୁଥିଲେ । ମାତ୍ର ଗତ କାଲି ରାତିରେ ଥାନା ଅଧିକାରୀ ଟଙ୍କଧର ଛତ୍ରିଆଙ୍କୁ ବିଶେଷ ସୂତ୍ରରୁ ଖବର ମିଳିବା ପରେ ସେ ଫୋନ ଯୋଗେ ଏ ଏସ ଆଇ ଶାହା ଆଲାମ ଖାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଶ୍ରୀ ଖାନ୍ ଓ ଟିମ୍ ଏହି ୱାରେଣ୍ଟି କୁ ଧରିବାରେ ସଫଳ ହୋଇଥିଲେ ।
ମଣିଭଦ୍ରା ଖବର, ଗଣିଆ


إرسال تعليق