ଗଛ ପଡି ରାସ୍ତା ଅବରୋଧ , ଯାତାୟତ ବାଧାପ୍ରାପ୍ତ
ଗଣିଆ ୧୪/୦୮(ସମିସ) ଗୋଟିଏ ବିରାଟ ଆମ୍ବଗଛ ପଡି ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଗଛଟିକୁ କାଟିବା ସହିତ ରାସ୍ତା ପରିଷ୍କାର କରିଥିଲେ । ଗଣିଆ -ଛାମୁଣ୍ଡିଆ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଗୋଟିଏ ଆମ୍ବଗଛ ଭାଙ୍ଗି ପଡିଥିଲା । ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମୋଟର ଅଟକି ରହିଥିଲା । ବର୍ଷା ପବନ ନଥିବା ବେଳେ ଅଚାନକ ଗଛଟି ଭାଙ୍ଗି ପଡିଥିବା ଲୋକେ ଜଣାଇଥିଲେ । ତେବେ କାହାର କୈଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଖବରପାଇ ଗଣିଆ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆମ୍ବଗଛଟିକୁ କାଟିବା ପରେ ଯାତାୟତ ସ୍ବାଭାବିକ ହୋଇଥିଲା । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରିବା ପରେ ଗଛର ଡାଳ ଗୁଡ଼ିକୁ କାଟିବା ସମ୍ଭବ ହୋଇଥିଲା ।
ମଣିଭଦ୍ରା ଖବର, ଗଣିଆ


إرسال تعليق