BREAKING
Loading...
:

ଘର ଉପରେ ଛିଣ୍ଡିଗଲା ୧୧ କେଭି ତାର, ଅଳ୍ପକେ ବର୍ତ୍ତିଲେ ପରିବାର

 ଘର ଉପରେ ଛିଣ୍ଡିଗଲା ୧୧ କେଭି ତାର, ଅଳ୍ପକେ ବର୍ତ୍ତିଲେ ପରିବାର 


ଗଣିଆ ୧୬/୦୮(ମଣିଭଦ୍ରା ଖବର) ଘର ଉପରେ ଛିଣ୍ଡିଗଲା ୧୧ କେଭି ବିଦ୍ୟୁତ୍ ତାର । ଅଳ୍ପକେ ବର୍ତ୍ତିଲେ ପରିବାର । ଏକ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ୫ଟି ପରିବାରର ସଦସ୍ୟ । ଗଣିଆ ବ୍ଲକ ଆଡକଟା ପଞ୍ଚାୟତର କୃଷ୍ନପଲ୍ଲୀ ଗ୍ରାମରେ ଘଟିଛି ଅଘଟଣ । ରବିବାର ଅପରାହ୍ନରେ ଗ୍ରାମର ମେଘନାଦ ପରିଡ଼ାଙ୍କ ଘର ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର  ହଠାତ୍ ଢୋ କରି ଏକ ଶଦ୍ଦ ହୋଇ ଘର ଉପରେ ଛାଣ୍ଡିଗଲା । ପରିବାର ଲୋକେ ଭୟଭୀତ ଅବସ୍ଥାରେ ଘରକୁ ଦଉଡି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।


 ଉକ୍ତ ବିଦ୍ୟୁତ୍ ତାର ଗ୍ରାମର ବନମାଳୀ ପରିଡ଼ା,ସାଧୁଚରଣ ପରିଡ଼ା, ପ୍ରଫୁଲ୍ଲ ପ୍ରଧାନ ଏବଂ ବିଜୟ ବାରିକିଙ୍କ ଘର ଉପରେ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ତରଫରୁ ଘର ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ହଟାଇବାକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଥିବା ଜଣାପଡିଛି । ଯଦି ଆଜି କିଛି ବି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟୀ ରହିଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେବେ  ପାଟୋଲି° କରୁଥିବା ସମୟରେ ଥାନା ଏଏସଆଇ ଶାହା ଆଲାମ ଖାଁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS