BREAKING
Loading...
:

ସ୍ପଷ୍ଟ ହେଲା ଲଘୁଚାପ, ଓଡ଼ିଶାରେ ଖୁବ୍ ବର୍ଷିବ! ଆଜି-କାଲି ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ କଲା IMD....

 *ସ୍ପଷ୍ଟ ହେଲା ଲଘୁଚାପ, ଓଡ଼ିଶାରେ ଖୁବ୍ ବର୍ଷିବ! ଆଜି-କାଲି ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ କଲା IMD....*




ଭୁବନେଶ୍ୱର: ଓଡ଼ିଶା ଉପରେ ପୁଣି ବର୍ଷାର ବଡ଼ ପ୍ରଭାବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଭାଗର ଆଜିର ଅପଡେଟ୍ ଅନୁସାରେ, ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ଆହୁରି ସ୍ପଷ୍ଟ ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। IMD ପକ୍ଷରୁ ଆଜି, ଅର୍ଥାତ୍ ଅଗଷ୍ଟ ୧୬ ଏବଂ ଆସନ୍ତାକାଲି ଅଗଷ୍ଟ ୧୭ ତାରିଖରେ ଓଡ଼ିଶା ପାଇଁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି। ଅଗଷ୍ଟ ୧୮ ତାରିଖରେ ମଧ୍ୟ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ଆଶଙ୍କା ରହିଛି।


ଆଜିର ଜିଲ୍ଲାଭିତ୍ତିକ ପୂର୍ବାନୁମାନ ଅନୁସାରେ ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର ଭଳି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାସହ ଅନେକ ଜିଲ୍ଲାରେ ଘଡ଼ଘଡ଼ି, ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି।

ନୂଆ ଲଘୁଚାପକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳରେ ମଧ୍ୟ ସତର୍କତା ବଢ଼ାଯାଇଛି। ଅଗଷ୍ଟ ୧୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ ଏବଂ ଏହାର ନିକଟ ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି।


ଲଗାତାର ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ପ୍ରଶାସନ ମଧ୍ୟ ଯେକୌଣସି ଆପତ୍କାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାସ୍ତରରେ ନଜର ରଖିଛି।

ଲଘୁଚାପର ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାକୁ ଥିବାରୁ ଲୋକଙ୍କୁ ପାଣିପାଗ ବିଭାଗର ସତର୍କତା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS