ସମାଜ ପକ୍ଷରୁ ଖଣ୍ଡପଡ଼ା ବ୍ଲକସ୍ତରୀୟ ପ୍ରତିଯୋଗିତା ,ଛାତ୍ରୀ ସ୍ମୃତି ସଂଜୀବନୀ ପ୍ରଥମ
ଖଣ୍ଡପଡ଼ା ୨୨|୬ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସମାଜ ପକ୍ଷରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରୀ ସ୍ମୃତି ସଂଜୀବନୀ ସାହୁ ପ୍ରଥମ ଓ ୮ମ ଶ୍ରେଣୀର ଛାତ୍ରୀ ପ୍ରିୟାଂଶୀ ପ୍ରଲେଖା ଦିତ୍ବୀୟ ସ୍ଥାନ ଅଧିକାର କରିଥିବା ବେଳେ ଖଣ୍ଡପଡ଼ା ବ୍ଲକ ଅଧିନ ମର୍ଦ୍ଦରାଜପୁର ଗ୍ରାମସ୍ଥିତ ଶାନ୍ତିପ୍ରିୟା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ବଳିଆ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଜଣାପଡିଛି।ବିଚାରକ ଭାବେ ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ ,ସାମ୍ବାଦିକ ଜନ୍ମେଜୟ ଦଳେଇ ଶିବପ୍ରସାଦ ଦାସ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ଯ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ଖଣ୍ଡପଡ଼ାର ଅଧ୍ୟକ୍ଷ ବିଦ୍ୟାଧର ମହାରଣା ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷୟତ୍ରୀ ସଞ୍ଜୁବାଳା ନାଥ ,କବିତା ଜେନା ପ୍ରମୁଖ ଯୋଗ ଦେଇଥିଲେ।ଖଣ୍ଡପଡ଼ା ବ୍ଲକ ସମାଜ ପ୍ରତିନିଧି ଭବାନୀଶଙ୍କର ସିଂହସାମନ୍ତ କାର୍ଯ୍ଯକ୍ରମରେ ସଂଯୋଜନା କରିଥିଲେ।ପ୍ରତିଯୋଗିତାରେ ପ୍ରଥମ ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୩ ଛାତ୍ରୀ ଅତିଥିମାନଙ୍କ ଠାରୁ ଅର୍ଥ ରାଶି ସହ ପ୍ରମାଣପତ୍ର ଓ ମୋମେଣ୍ଟୋ ଗ୍ରହଣ କରିଥିଲେ। ଏ ଅବସରରେ ପରଲୋକଗତ ବିଶିଷ୍ଟ ସାମ୍ବାଦିକ,ସମାଜର ସଂସ୍ଥାପକ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ସ୍ବର୍ଗତ ନିରଞ୍ଜନ ରଥଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରତିଯୋଗୀତାରେ ଖଣ୍ଡପଡ଼ା ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق