“ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କ ଅଲଭ୍ୟ ପୁସ୍ତକ ଉନ୍ମୋଚିତ “
ଭୁବନେଶ୍ଵର (ମଣିଭଦ୍ରା ଖବର) ଜ୍ଞାନ ପ୍ରକାଶର ନବମ ବାର୍ଷିକ ଉତ୍ସବ ଓ ନେସନାଲ୍ କନଫରେନ୍ସ -2025 ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜ୍ଞାନ ପ୍ରକାଶ ପତ୍ରିକା ଉନ୍ମୋଚନ ସହ ଆଦର୍ଶ ଶିକ୍ଷକ,ଲେଖକ ଓ କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କର ପ୍ରଥମ କବିତା ସଂଙ୍କଳନ ଅଲଭ୍ୟ ପୁସ୍ତକ ଉନ୍ମୋଚନ ହୋଇଯାଇଛି ।ସମ୍ବର୍ଦ୍ଧନା ପର୍ବରେ ପ୍ରତାପ କୁମାର ପରିଡ଼ାଙ୍କୁ ଶିକ୍ଷା ଓ ସାହିତ୍ୟ ସମ୍ମାନ 2025 ରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ବ୍ୟଙ୍ଗକବି ଜ୍ଞାନ ହୋତା ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଫେସର ଲକ୍ଷ୍ମୀଧର ବେହେରା ସାର୍ ,କୋଠଘର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ବାଇଁ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ ଓ ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ସମ୍ପାଦକ ଜ୍ଞାନଚାନ୍ଦ ଶତପଥୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।।
ମଣିଭଦ୍ରା ଖବର
إرسال تعليق