ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହେଲା ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା, ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ୧୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡିଛି । ଉପରୋକ୍ତ ରାସ୍ତା ନିର୍ମାଣ ପାଇଁ ବିଧାନସଭାରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା । ଯାହାର ଫଳ ସ୍ବରୂପ ଟେଣ୍ଡର ଶେଷ ହୋଇ ରାସ୍ତା କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ରାସ୍ତା ଗୁଡିକ ମଧ୍ୟରୁ ମକର ପ୍ରସାଦ ଠାରୁ ରାଇମଡା ଭାୟା ବଡସିଲିଙ୍ଗା,ଧୁଆପାଜୁ,ସାକେଣି,ଟୋଲକପାଟିଆ ୩ କିମି ରାସ୍ତା ପାଇଁ ୭ କୋଟି ୨୬ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ମକର ପ୍ରସାଦ ଠାରୁ ରାଇମଡା ୪ କିମି ରାସ୍ତା ପାଇଁ ୩ କୋଟି ୨ ଲକ୍ଷ ୨୩ ହଜାର ଟଙ୍କା ଏବଂ କୃଷ୍ନପଲ୍ଲୀ ଛକ ଠାରୁ ବଳଭଦ୍ର ପ୍ରସାଦ ଭାୟା ଜଗନ୍ନାଥ ପ୍ରସାଦ ୩ କିମି ରାସ୍ତା ପାଇଁ ୨ କୋଟି ୪୩ ଲକ୍ଷ ୯ ହଜାର ଟଙ୍କା ମଞ୍ଜୁର ହୋଇଛି । ଏହି ରାସ୍ତା ପାଇଁ ଆସନ୍ତାକାଲି ଶିଳାନ୍ୟାସ କରାଯିବ ବୋଲିି ଜଣାପଡିଛି । ତେବେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଯୋଗୁଁ ଏହି ରାସ୍ତା ନିର୍ମାଣ ସମ୍ଭବପର ହୋଇଥିବା ବେଳେ ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜନସାଧାରଣଙ୍କ ମୁହଁରେ ହସ ଫୁଟିଥିବା ଜଣାପଡିଛି । ଜନସାଧାରଣଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି ।
ମଣିଭଦ୍ରା ଖବର, ଗଣିଆ
إرسال تعليق