ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସମୁହ ଦୀପଦାନ
ଗଣିଆ (ମଣିଭଦ୍ରା ଖବର) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ ନିଜର ଚିକିତ୍ସା ପାଇଁ ମୁମ୍ବାଇ ଗ୍ରସ୍ତ କରିଛନ୍ତି । ସେ କିଭଳି ଶିଘ୍ର ସୁସ୍ଥ ହୋଇ ଫେରିବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଗଣିଆ ରଘୁନାଥ ଜୀଉ ମନ୍ଦିର ପରିସରରେ ସମୁହ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରା, ପୂର୍ବତନ ଗଣିଆ ସରପଞ୍ଚ ବ୍ରଜମୋହନ ମିଶ୍ର, ପୂର୍ବତନ କିଶୋର ପ୍ରସାଦ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରା,ବିଜୁ ଜନତା ଦଳର ଗଣିଆ ପଞ୍ଚାୟତ ସଭାପତି ଅଜୟ କୁମାର ଲେଙ୍କା, ଶିକ୍ଷା ବିତ ପ୍ରଫୁଲ୍ଲ କୁମାର ରାଉତ, ପ୍ରମୋଦ କୁମାର ପୃଷ୍ଟି,ଦଣ୍ଡଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ନବୀନ ପ୍ରେମୀ ପ୍ରଭୁ ମହାବୀରଙ୍କ ନିକଟରେ ଦୀପଦାନ କରିବା ସହିତ ଜନମାନସର ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق