ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ରଥଗଡା ଛକ ଠାରୁ ସଚେତନତା ଶୋଭାଯାତ୍ରା ବାହାରି ଖଣ୍ଡପଡ଼ା ସହର ପରିକ୍ରମା କରିଥିଲା। ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଖଣ୍ଡପଡ଼ା ଅବକାରୀ ଏସଆଈ ଦୀପକ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅବକାରୀ ବିଭାଗର ସମସ୍ତ କର୍ମଚାରୀଙ୍କ ସମେତ ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର ଓ ସମସ୍ତ କର୍ମଚାରୀ,ସ୍ବେଛାସେବୀ ଅନୁଷ୍ଠାନର ଯୁବକମାନେ ଯୋଗ ଦେଇଥିଲେ।
ଅବାଧ ନିଶାଦ୍ରବ୍ୟର କାରବାର ଉପରେ ରୋକ ଲଗାଇବା,ନିଶାଦ୍ରବ୍ୟର ସେବନ ବନ୍ଦ କରିବା ସହ ନିଶାଦ୍ରବ୍ୟ ପୁରା ବର୍ଜନ କରିବା ନେଇ ଜନସାଧାରଣ ଙ୍କୁ ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା। ହିଁସାମୁକ୍ତ ଓ ସୁସ୍ଥ ସମାଜ ଗଠନ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ ବୁଦ୍ଧିଜୀବି ମହଲରୁ ପ୍ରଶଂସା କରାଯାଇଛି। ପ୍ରକାଶଥାଉକି ଓଡ଼ିଶାକୁ ସଂପୂର୍ଣ୍ଣ ରୂପେ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ବିଭାଗ ଜରିଆରେ ଏଭଳି ପ୍ରୟାସ ଜାରି ରହିଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق