ପରକ୍ରିୟା ପ୍ରୀତିରୁ ସ୍ତ୍ରୀକୁ ହାଣିଲା ସ୍ୱାମୀ, ଥାନାରେ ଏତଲା
ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ପରକ୍ରିୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହାଣିଲା ସ୍ୱାମୀ. ଏଭଳି ଏକ ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଗ୍ରାମରେ ଦେଖିବାକୁ ମିଳିଛି. ଏନେଇ ଫତେଗଡ଼ ଥାନାରେ ମୃତ ମହିଳାଙ୍କ ବାପା ବାବୁଲି ନାଏକ,ଭାଈ ଲିଖିତ ଅଭିଯୋଗ କରିଛନ୍ତି. ଅଭିଯୋଗକୁ ଆଧାର କରି ଫତେଗଡ଼ ଥାନା ପକ୍ଷରୁ କେସ ନଂ ୨୦୨/୨୫ରେ ଏକ ହତ୍ୟା ମାମଲା ରୁଜ କରି ଅଭିଯୁକ୍ତ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଥିବା ଥାନା ଅଧିକାରୀ ପଞ୍ଚାନନ ପରିଡାଙ୍କ ଠାରୁ ପ୍ରକାଶ.
ଘଟଣାରୁ ପ୍ରକାଶ, ଖଣ୍ଡପଡା ବ୍ଲକ ରାଣିଛେଲି ପଞ୍ଚାୟତ ଗୋହିରିଆପଡା ଗ୍ରାମର ପ୍ରତାପ ଚନ୍ଦ୍ର ନାଏକ (ଶିବ)ଆଜକୁ ୧୫ ବର୍ଷ ତଳେ ନୟାଗଡ ଜିଲ୍ଲା ଗୋଡ଼ିଆଳି ଗ୍ରାମର ବାବୁଲି ନାଏକଙ୍କ ଝିଅ ଅମୁଲି ନାଏକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ. ଉଭୟଙ୍କ ଔରସରୁ ୧୩ ଓ ୯ ବର୍ଷର ୨ଟି ପୁଅ ରହିଛନ୍ତି. ଶନିବାର ଦିନ ସ୍ତ୍ରୀକୁ ଅସଂଯତ ଅବସ୍ଥାରେ ଦେଖି କ୍ରୋଧିତ ହୋଇ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ଅବସ୍ଥା ଗୁରୁତର ଥିବାରୁ ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଦେଇଥିଲେ. ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଅମୁଲିର ମୃତ ହୋଇଥିଲା. ଏଭଳି ଘଟଣା ଭାପୁର ଓ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق