BREAKING
Loading...
:

ମହିଳା ମହାବିଦ୍ୟାଳୟରେ ବୃତ୍ତି ଚୟନ ପରାମର୍ଶଭିତ୍ତିକ ସେମିନାର ଅନୁଷ୍ଠିତ

 ମହିଳା ମହାବିଦ୍ୟାଳୟରେ ବୃତ୍ତି ଚୟନ ପରାମର୍ଶଭିତ୍ତିକ ସେମିନାର ଅନୁଷ୍ଠିତ                


   ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ +୨ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ବୃତ୍ତିଚୟନ ଶିର୍ଷକ ପରାମର୍ଶଭିତ୍ତିକ ସେମିନାର ଶନିବାର ଅନୁଷ୍ଠିତ ହୋଇଯାଇଛି।ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରିଚାଳିତ ଉକ୍ତ ଅନଲାଇନ ପାଠ୍ଯଚକ୍ରରେ ଛାତ୍ରୀମାନଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ରହି ଆବଶ୍ୟକ  ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ। +୨ ପାଠ ପଢା ଶେଷ ପରେ ଉପଯୁକ୍ତ ବୃତ୍ତିଚୟନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ  ଉକ୍ତ କାର୍ଯ୍ୟକ୍ରମ ଜରିଆରେ  ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରାଯାଇଥିଲା। ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଉପଲବ୍ଧ ଭିନ୍ନ ଭିନ୍ନ ବୃତ୍ତିଚୟନ କରି ଛାତ୍ରୀମାନେ ସମାଜରେ କିପରି ସ୍ବାବଲମ୍ବନଶୀଳ ହେବା ସହ ପ୍ରତିଷ୍ଠିତ ହୋଇପାରିବେ ସେଇ ମହତ ଲକ୍ଷ୍ଯ ନେଇ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତାଶେଫାଳି ମହାପାତ୍ରଙ୍କ ଠାରୁ ପ୍ରକାଶ। ପ୍ରକାଶଥାଉକି ସ୍ମାର୍ଟ ଟିଭି ପରଦାରେ ପ୍ରଦର୍ଶିତ ଏଭଳି ଏକ  ନିଆରା କାର୍ଯ୍ଯକ୍ରମର ଗୁରୁତ୍ଵକୁ ଛାତ୍ରୀମାନେ ଉପଭୋଗ କରିବା ସହ ବେଶ ହୃଦୟଙ୍ଗମ କରିଥିବା ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS