ଭାପୁର ବ୍ଲକ ର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।
ଭାପୁର( ବିଭୂତି ମହାପାତ୍ର) ନୟାଗଡ ଜିଲ୍ଲା ଭାପୁର ବ୍ଲକ କାର୍ଯ୍ୟଳୟ , ଭାପୁର ବ୍ଲକ ସଦର ମହକୁମା ସ୍ଥିତ ବାଲୁଙ୍କେଶ୍ୱର ଦେବ ବିଦ୍ୟାପୀଠ, ଫତେଗଡ ଗ୍ରାମ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଭାପୁର ବ୍ଲକ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସ୍ଥାନରେ ଶନିବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବାଇଗୁଣିଆ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆଶିଷ କୁମାର ପଟ୍ଟନାୟକ ଯୋଗ ପ୍ରେମୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାପୁର ତହସିଲ କାର୍ଯ୍ୟାଳୟର କର୍ମଚାରୀ କୈଳାସ ଚନ୍ଦ୍ର ଦାସ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅବିନାଶ ପତି, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅମିତ କୁମାର ବେହେରା, ମିଶନଶକ୍ତି କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ କାର୍ଯ୍ୟକର୍ତ୍ତା , ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ । ଯୋଗ ଶିକ୍ଷକ ଶ୍ରୀ ପଟ୍ଟନାୟକ ଯୋଗ ପ୍ରଶିକ୍ଷଣ ଦେବା ସହିତ ଯୋଗ ଦ୍ଵାରା ମନୁଷ୍ୟର ଶାରୀରିକ,ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ରହିଥାଏ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପଞ୍ଜୀକୃତ ହୋଇଥିବା ଯୋଗ ପ୍ରେମୀ ମାନଙ୍କୁ ଯୋଗକୁ ଦୈନଦିନ ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ଶପଥ କରିଥିଲେ । ଯୋଗକୁ ପ୍ରତି ଦିନ ଅଭ୍ୟାସ କରିଲେ ମାନସିକ ଶାନ୍ତି ମିଳିଥାଏ ବୋଲି ଉପସ୍ଥିତ ଥିବା ଅଧିକାରୀ ମାନେ ମତ ପ୍ରକାଶ କରିଥିଲେ ।
ମଣିଭଦ୍ରା ଖବର, ଭାପୁର
إرسال تعليق