BREAKING
Loading...
:

ଗଜପତି:- ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ପାଳିତ ।

 ଗଜପତି:- ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ପାଳିତ ।

         


 ଗଜପତି(ମନୋଜ ପାଢୀ/ ୨୧/୬/ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି l

ଆଜିର ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନି ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ।ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟ ବସ୍ତୁ ରହିଥିଲା “ଏକ ପୃଥିବୀ, ଏକ ସ୍ଵାସ୍ଥ୍ୟ ” ପାଇଁ ନିୟମିତ ଯୋଗ କରନ୍ତୁ , ସୁସ୍ଥ ରହନ୍ତୁ । ଏହି ବିଷୟ ଉପରେ ଜିଲ୍ଲାପାଳ ଶ୍ରୀ ଦାସ , ଉପସ୍ଥିତ ସମସ୍ତଙ୍କୁ ଯୋଗର ଉପଯୋଗିତା ଉପରେ କହି ଅବଗତ କରାଇ ଥିଲେ ଯେ , ଯୋଗ କରିବା ଦ୍ୱାରା- ଶାରୀରିକ , ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଅଭ୍ୟାସ କରାଇବାରେ ଅନେକ ସାହାଯ୍ୟ କରିଥାଏ ବୋଲି କହି ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ ଯୋଗ କରିବା ନିମନ୍ତେ ଶପଥ ପାଠ କରାଇ ସମସ୍ତଙ୍କୁ ଦିଗ ଦର୍ଶନ ଦେଇଥିଲେ l

ଅନ୍ୟ ଅତିଥି ଗଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇବା ସହ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବାକୁ କହିଥିଲେ l

ଏହି ଯୋଗ ଦିବସରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କ ଗହଣରେ ସ୍ଥାନୀୟ ଜନ ସାଧାରଣ , ଲୋକ ପ୍ରତିନିଧି , ପ୍ରଶାସନିକ ଅଧିକାରୀ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଯୋଗ ପ୍ରଶିକ୍ଷକ ତଥା ଭାରତ ସ୍ୱାଭିମାନ ର ଜିଲ୍ଲା ପ୍ରଭାରୀ ଶ୍ରୀ ବିଘ୍ନେଶ୍ୱର ଦାସ ପ୍ରଶିକ୍ଷକ ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାରର ଯୋଗ ଓ ପ୍ରାଣାୟାମ ଶିକ୍ଷା ପ୍ରଦାନ କରିଥିଲେ l  ଏହି ଅବସରରେ ୫ ଜଣ ଯୋଗ ଗୁରୁ :- ଭାରତ ସ୍ୱାଭିମାନ ର ଜିଲ୍ଲା ପ୍ରଭାରୀ ଶ୍ରୀ ବିଘ୍ନେଶ୍ୱର ଦାସ , ପତଞ୍ଜଳି ଯୋଗ ସମିତିର ଜିଲ୍ଲା ପ୍ରଭାରୀ ଶ୍ରୀ ସୁରେନ୍ଦ୍ର ନାଥ ରଥ , ପତଞ୍ଜଳି କିଷାନ ପ୍ରଭାରୀ ଶ୍ରୀ ଏ: ଜଗନ୍ନାଥ ରାଜୁ , ପତଞ୍ଜଳି ଯୋଗ ସମିତି ମହିଳା ପ୍ରଭାରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଯୋଗ ପ୍ରଶିକ୍ଷକ ନିବେଦିତା ଦାସ ଏବଂ ପି: ଝାନସୀ ଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା।

ଏହି କାର୍ଯ୍ୟ କ୍ରମରେ ଅବକାରୀ ଅଧୀକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ, ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ଲାବେନ୍ଦୁ ମହାନ୍ତି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋସାଣୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ତହସିଲଦାର ଶ୍ରୀ ନାରାୟଣ ବେହେରାଙ୍କ ସମେତ

ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଲୋକ ପ୍ରତିନିଧି , କ୍ରୀଡ଼ାବିତ , ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ , ସାମ୍ବାଦିକ ଓ ସ୍ଥାନୀୟ ଜନ ସାଧାରଣ ଏଥିରେ ଅଂଶ ଗ୍ରହଣ କରିଥିଲେ ।

ମଣିଭଦ୍ରା ଖବର, ଗଜପତି 

Post a Comment

أحدث أقدم
Header ADS