BREAKING
Loading...
:

ନବୀନ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଖଣ୍ଡପଡ଼ା ବିଜେଡ଼ି ପକ୍ଷରୁ ଦୀପ ପ୍ରଜ୍ବଳନ

 ନବୀନ ଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଖଣ୍ଡପଡ଼ା ବିଜେଡ଼ି ପକ୍ଷରୁ ଦୀପ ପ୍ରଜ୍ବଳନ 



ଖଣ୍ଡପଡ଼ା, ୨୨|୬(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କୁ ମୁମ୍ବାଇ ର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ସଫଳ ଚିକିତ୍ସା କରାଯାଇଥିବା ଜଣାପଡିଛି। ତେବେ ତାଙ୍କ ସ୍ୱାସ୍ଥ୍ୟ ଆରୋଗ୍ୟ ପାଇଁ ଶୁଭେଛୁ, ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏ ଅବସରରେ ଖଣ୍ଡପଡ଼ା ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ତ୍ରିପାଠୀ ଙ୍କ ଆବାହକତ୍ୱରେ ରବିବାର ପୂର୍ବାହ୍ନରେ ଗଡ଼ିଆସାହି ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଦୀପ ପ୍ରଜ୍ବଳନ କରାଯାଇ ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା ଓ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ନିରଞ୍ଜନ ବେହେରା, ବରିଷ୍ଠ ବିଜେଡ଼ି ନେତା ଅଖିଳ କୁମାର ପଣ୍ଡା, ନାରାୟଣ ଆଚାର୍ଯ୍ୟ, ସୂର୍ଯ୍ୟ ନାରାୟଣ ପ୍ରଧାନ, ବ୍ଲକ ଯୁବ ସଭାପତି ମନୋରଞ୍ଜନ ବେହେରା ଙ୍କ ସମେତ ତିରିଶ ରୁ ଉର୍ଦ୍ଧ ସରପଞ୍ଚ ଓ ସମିତି ଯୋଗଦେଇଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS