BREAKING
Loading...
:

ଧର୍ମ ଜାଗରଣ ପାଇଁ ୧୦୮ କଳସ ଶୋଭାଯାତ୍ରା

 ଧର୍ମ ଜାଗରଣ ପାଇଁ ୧୦୮ କଳସ ଶୋଭାଯାତ୍ରା 

ଗଣିଆ (ମଣିଭଦ୍ରା ଖବର) ବଣପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ବାଇଶିପଲି ବଡସିଲିଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଛାବାରି ସ୍ଥିତ ଟାଙ୍ଗୀର ପାହାଡ଼ ଉପରେ ଅବସ୍ଥିତ  ଶିବ ମନ୍ଦିର ପ୍ରାଙ୍ଗଣରେ ଅଧିବାସୀ ମାନଙ୍କ୍ ଦ୍ବାରା ଧର୍ମ ରକ୍ଷା ନିମନ୍ତେ ୧୦୮ କଳସ ସ୍ଥାପନ କରାଯାଇଛି  । ଏହି ଅବସରରେ ୩୨ ଗୋଟି ଗ୍ରାମର କନ୍ଧ ସମ୍ପ୍ରଦାୟର ଉଭୟ ମହିଳା ଓ ପୁରୁଷ ପାରମ୍ପରିକ ରୀତି ନୀତି ଅନୁସାରେ ଶୀତଳ ପାଣି ବିଟସ୍ଥିତ ନାଳ ରୁ ଅପରାହ୍ଣ ରେ ଘଣ୍ଟ ଘଣ୍ଟି ହରିନାମ ସଙ୍କୀର୍ତ୍ତନ ମଣ୍ଡଳୀ ଧ୍ଵଜା ଉଡାଇ ସମସ୍ତେ ଜଳପୂର୍ଣ୍ଣ ଘଟ ମୁଣ୍ଡେଇ ପ୍ରାୟ ୩ କିଲୋମିଟର ଶୋଭାଯାତ୍ରା ବାହାରି ଭାରତକୁ ହିନ୍ଦୁ ରାଷ୍ଟ୍ର ପାଇଁ ଦାବି ଓ ସନାତନ ଧର୍ମର ସୁରକ୍ଷା ତଥା ଠାକୁର ଙ୍କ ଜୟ ଜୟ କର ଧ୍ୱନି ଦେଇ ଲୋକ ମାନଙ୍କୁ ସଚେତନ କରି ଶ୍ରଦ୍ଧାଳୁ ଭକ୍ତମାନେ ମଣି ନାଗେଶ୍ବରଙ୍କ ନିକଟରେ ହରି ବୋଲ ହୁଳହୁଳି ଦେଇ କଳସ ବସାଇଥିଲେ  । ଏଥିରେ ସର୍ବ୍ ଭାରତୀ ସାଧୁ ସନ୍ଥ ସମ୍ମିଳନୀ ତରଫରୁ ସେବକ ଭକ୍ତ ପ୍ରଭୁଜୀ ଲଲିତ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳରେ ବିଦେଶୀ ଧର୍ମ ର୍ ପ୍ରଚାରକ କୁ ପ୍ରବେଶ କୁ ବିରୋଧ କରିବା ସହ ସ୍ଵଧର୍ମ ରେ ରହି ବନ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ । ଏହି ଧର୍ମ ଶୋଭା ଯାତ୍ରା କୁ ସୁରେନ୍ଦ୍ର ନାୟକ, ବିଜୟ ମାଝୀ, ନିଲୁ ମାଝୀ ପ୍ରମୋଦ ମାଝୀ ନବ କିଶୋର ମାଝୀ ପ୍ରମୁଖ ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS