ନୟାଗଡ ଜିଲ୍ଲା କାରାଗାରରେ ଦକ୍ଷତା ବିକାଶ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ
ନୟାଗଡ (ମଣିଭଦ୍ରା ଖବର) ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଦକ୍ଷତା ବିକାଶ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, କାରାଗାର ଅଧିକ୍ଷକ ପ୍ରଫୁଲ୍ଲ କୁମାର କବି, ଦକ୍ଷତା ବିକାଶ ଅଧିକାରୀ ଦୁର୍ଗା ଚରଣ ଦାସ, ସରକାରୀ ତାଲିମ ପ୍ରତିଷ୍ଠାନର ନୟାଗଡ଼ ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ,ସିପିଆଇଟି ସଂସ୍ଥାର ଓଡ଼ିଶା ମୁଖ୍ୟ ଅନିକେତ ଦାଶ ଉପସ୍ଥିତ ଥିଲେ ।
ଏଲଇଡି ବଲ୍ ଟେକନିସିଆନ ଓ ଇଲେକ୍ଟ୍ରୋନିକ ଟେକନିସିଆନ ବିଭାଗରେ ପ୍ରାୟ ୬୦ ଜଣ ଅନ୍ତେବାସୀଙ୍କୁ ତାଲିମ ପ୍ରଦାନ କରାଯିବ । ଅନ୍ତେବାସୀ ମାନେ ତାଲିମ ପରେ ଏଲଇଡି ବଲ୍ ତିଆରି କରି ରୋଜଗାରକ୍ଷମ ହୋଇପାରିବେ । ଉପସ୍ଥିତ ଅଧିକାରୀ ମାନେ ଅନ୍ତେବାସୀଙ୍କୁ ଏହି କାର୍ଯ୍ୟକ୍ରମର ସ୍ବତନ୍ତ୍ରତା ସମ୍ପର୍କରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାରାଗାରର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق