BREAKING
Loading...
:

ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

 ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର 

ନୟାଗଡ (ମଣିଭଦ୍ରା ବ୍ୟୁରୋ) ପଞ୍ଚରିଡା ଫରେଷ୍ଟର ଶିଶିର ସାହୁଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମାରମାସି ଦଣ୍ଡାସ୍ଥିତ ତାଙ୍କ ନିଜ ବାସଭବନରୁ ପୋଲିସ ଉଦ୍ଧାର କରିଛି । ଗତକାଲି ବିଳମ୍ବିତ ରାତିରେ ଶିଶିର ଶୋଇଥିବା ଘରେ ନିଆଁ ଲାଗିଥିଲା । ସ୍ତ୍ରୀ ଏବଂ ପୁଅ ଚିତ୍କାର କରିବା ପରେ ଘଟଣାସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ହୋଇପଡ଼ିଛି । ଶିଶିର ନିଜ ଦେହରେ ନିଆଁ ଲଗାଇଛନ୍ତି ନା କିଏ ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେଇଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ ଫରେଷ୍ଟର ଶିଶିର ସାହୁ ଗଣିଆରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ପଞ୍ଚରିଡାରେ ୧ ବର୍ଷରୁ ଅଧିକ ହେବ କାର୍ଯ୍ୟ କରି ଆସୁଥିଲେ । 

Post a Comment

أحدث أقدم
Header ADS