BREAKING
Loading...
:

ଗଣିଆରୁ ୪ ଜଣଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ରାସଙ୍ଗରେ ଉଭୟ ଶିକ୍ଷକ ସମ୍ବର୍ଦ୍ଧିତ

 ଗଣିଆରୁ ୪ ଜଣଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ରାସଙ୍ଗରେ ଉଭୟ ଶିକ୍ଷକ ସମ୍ବର୍ଦ୍ଧିତ 

ଗଣିଆ ୦୫/୧୧(ମଣିଭଦ୍ରା ଖବର) ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଏ। ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ, ଶିକ୍ଷାର ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀ, ଶିକ୍ଷକ, ପୁରାତନ ଛାତ୍ର କମିଟି ଓ ସ୍ଥାନୀୟ ପ୍ରତିନିଧିଙ୍କ ଭାଗଦାରୀକୁ ଉତ୍ସାହିତ କରିବା ଏହି ପୁରସ୍କାର ପ୍ରଦାନ କରିବାର ପ୍ରକୃତ ଉଦ୍ଦେଶ୍ୟ । ତେବେ ନୟାଗଡ ଜିଲ୍ଲାର ୧୪ ଜଣ ମନୋନୀତ ହୋଇଥିବା ବେଳେ ଗଣିଆ ବ୍ଲକର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଶିକ୍ଷୟିତ୍ରୀ ସଶ୍ମିତା ମଣ୍ଡଳ, ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାପୀଠ,ରାସଙ୍ଗର ଅଜିତ କୁମାର ନାୟକ,ଦୀପକ କୁମାର କୁଅଁର, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟାର କାବେରୀ ପୃଷ୍ଟି ମନୋନୀତ ହୋଇଛନ୍ତି । ରାସଙ୍ଗ ବିଦ୍ୟାଳୟ ଲଗାତାର ଭାବେ ଏହି ପୁରସ୍କାର ପାଇ ଚାଲିଥିବାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗୁରୁବାର ବିଦ୍ୟାଳୟ ତରଫରୁ ଉଭୟ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS