ଛେଳି ଚଳାଇବାକୁ ଯାଇଥିବା ବେଳେ ଘଡଘଡିରେ ଜଣେ ମୃତ
ଗଣିଆ (ମଣିଭଦ୍ରା ଖବର) ଛେଳି ଚଳାଇବାକୁ ଯାଇଥିବା ବେଳେ ଘଡଘଡିରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ନୟାଗଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ଜଣାପଡିଛି ଗଣିଆ ବ୍ଳକ ବଡସିଲିଙ୍ଗାର ଅଖିନ୍ଦର ମାଝି ଏବଂ ପଙ୍କଜ ଜାନି ଛେଳି ଚଳାଇବାକୁ ଯାଇଥିଲେ । ବର୍ଷା ପବନ ବିଜୁଳି ଘଡଘଡି ହେବାରୁ ଦୁଇଜଣ ଆମ୍ବଗଛ ମୂଳେ ଆଶ୍ରୟ ନେଇଥିଲେ । ତେବେ ସେହି ସମୟରେ ଘଡଘଡି ମାରିବାରୁ ଉଭୟ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଅଖିନ୍ଦର ମାଝିଙ୍କୁ ମୃତ ଘୋଷଣା କରିଥିବା ବେଳେ ପଙ୍କଜ ଜାନିଙ୍କୁ ନୟାଗଡ ସ୍ଥାନାନ୍ତର କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ମଣିଭଦ୍ରା ଖବର, ଗଣିଆ
إرسال تعليق