BREAKING
Loading...
:

ପଥରଖଣିରେ ଖଣି ବିଭାଗ ପକ୍ଷରୁ ଚଢାଉ

 ପଥରଖଣିରେ ଖଣି ବିଭାଗ ପକ୍ଷରୁ ଚଢାଉ--------


ଖଣ୍ଡପଡ଼ା (ମଣିଭଦ୍ରା ଖବର) ଖଣ୍ଡପଡ଼ା ବ୍ଲକର ବଡବାଣପୁର ପଞ୍ଚାୟତ ଅଧିନରେ ଥିବା ବରୁଗୁଡି ପାହାଡରେ ଜିଲ୍ଲା ଖଣି ବିଭାଗ ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଥିଲା। ସେଠାରେ ଚାଲିଥିବା  ବେଆଇନ୍ ଖାଦାନରୁ ୨ ଟି କମ୍ପ୍ରେସର ଓ ୨ ଟି ଟ୍ରାକ୍ଟର କର୍ମଚାରୀମାନେ  ଜବତ କରିଥିବା ଢଣାଯାଇଛି। ତେବେ ଖଣି ବିଭାଗ ପକ୍ଷରୁ ଚଢାଉ ଖବର ସଂପର୍କରେ ସୂଚନା ପାଇ ଟ୍ରାକ୍ଟର ଚାଳକ ଓ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସେଠାରେ ଚୋରାରେ ପଥର ଖନନ ଚାଲିଥିବା ନେଇ ସୂଚନା ମିଳିବା ପରେ  ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି।ଖଣି ବିଭାଗ ଅଧିକାରୀଙ୍କ ଦ୍ବାରା ଜବତ ୨ଟି କମ୍ପ୍ରେସର ଓ ଟ୍ରାକ୍ଟରକୁ କଣ୍ଟିଲୋ ଫାଣ୍ଡି ପୋଲିସ ହେପାଜତରେ ରଖାଯାଇଥିବା ସୂଚନା ମିଳିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS