ନୂତନ ଶାଖା ପରିଚାଳକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଗଣିଆ( ମଣିଭଦ୍ରା ଖବର) ଗଣିଆରେ ଥିବା ଇଣ୍ଡିଆନ ବ୍ୟାଙ୍କରେ ନୂତନ ଭାବେ ଯୋଗ ଦେଇଛନ୍ତି ବ୍ୟାଙ୍କର ଶାଖା ପରିଚାଳକ । ଆଜି ବ୍ୟାଙ୍କ ପରିସରରେ ନୂତନ ଶାଖା ପରିଚାଳକ ସଞ୍ଜିତ୍ କୁମାର ଦାଶଙ୍କୁ ବ୍ୟାଙ୍କ କର୍ମଚାରୀଙ୍କ ତରଫରୁ ସ୍ବାଗତ କରାଯାଇଥିଲା । କର୍ମଚାରୀଙ୍କ ତରଫରୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୁରାତନ ଶାଖା ପରିଚାଳକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ କ୍ୟାସିୟର ରତିକାନ୍ତ ସାହୁ, ଅତିରିକ୍ତ ଶାଖା ପରିଚାଳକ ସୁରେଶ ମହାରଣା,ପିଇଓ ତ୍ରିଦେନ୍ଦୁ ବିକାଶ ସାହୁ, କ୍ୟାସିୟର ମୋଜେଶ ସାମନ୍ତରାୟ,ବ୍ୟାଙ୍କ ମିତ୍ର ବ୍ରଜ କିଶୋର ସାହୁ,ରମେଶ କୁମାର ମିଶ୍ର,ମାନସ କୁମାର ବେହେରା, ପ୍ରଫୁଲ୍ଲ ରାଉଳ,ଲକ୍ଷ୍ମୀପ୍ରିୟା ସାହୁ,ଅଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର, ଗଣିଆ
إرسال تعليق