BREAKING
Loading...
:

ଖବର ବାଜିଲା,ତ୍ରୁଟି ସୁଧାରିଲେ ବ୍ଳକ ପ୍ରଶାସନ

 ଖବର ବାଜିଲା,ତ୍ରୁଟି ସୁଧାରିଲେ ବ୍ଳକ ପ୍ରଶାସନ 



ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକରେ ଚାଲିଥିବା 'ବିକାଶର ଧାରା, ଓଡ଼ିଶା ସାରା' କାର୍ଯ୍ୟକ୍ରମରେ ଲାଗିଥିବା ବ୍ୟାନରରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଗତକାଲି ଏନେଇ ପ୍ରଥମେ 'ମଣିଭଦ୍ରା ଖବରରେ' ଖବର ପରିବେଷଣ କରାଯାଇଥିଲା । ଖବର ପ୍ରସାରଣ ପରେ ବ୍ଳକ ପ୍ରଶାସନ ଗତକାଲି ସନ୍ଧ୍ୟାରେ ମାର୍କର ସାହାଯ୍ୟରେ ତ୍ରୁଟି ସୁଧାରିଥିବା ବେଳେ ଆଜି ନୂତନ ଭାବେ ସେହି ଲେଖା ଉପରେ ସଠିକ୍ ଲେଖି ଷ୍ଟିକରିଙ୍ଗ କରାଯାଇଥିବା ଜଣାପଡ଼ିଛି । ବ୍ୟାନରରେ କାର୍ଯ୍ୟକ୍ରମ ବଦଳରେ କାର୍ଯ୍ୟକର୍ମ ଲେଖା ହୋଇଥିବା ବେଳେ ସ୍ବାବଲମ୍ବୀ ଯୁବା ସମୃଦ୍ଧ ଓଡିଶା ସମ୍ବାଦ ବଦଳରେ ସମୃବଦ୍ଧ ଯୁବା ସମୃଦ୍ଧ ଓଡିଶା ସମ୍ବାଦ ଲେଖା ଯାଇଥିଲା । ଯାହାକି ଆଜି ସଂଶୋଧନ କରାଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମର ଦାୟିତ୍ବ ନେଇଥିବା ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏଭଳି ଘଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Post a Comment

أحدث أقدم
Header ADS