BREAKING
Loading...
:

ଅକ୍ଟୋବର ୨ରେ ଦେଶବ୍ୟାପୀ 'ନୋ ୟୁପିଆଇ ଡେ': QR କୋଡ୍‌ ବନ୍ଦ, ହୋଇପାରିବନି ପେମେଣ୍ଟ !

 ଅକ୍ଟୋବର ୨ରେ ଦେଶବ୍ୟାପୀ 'ନୋ ୟୁପିଆଇ ଡେ': QR କୋଡ୍‌ ବନ୍ଦ, ହୋଇପାରିବନି ପେମେଣ୍ଟ !



ୟୁପିଆଇରେ ନେଣଦେଣ କରୁଥିବା ଲୋକଙ୍କ ପାଇଁ ବଡ଼ ଖବର । ଅକ୍ଟୋବର ୨ ତାରିଖରେ ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି । କାରଣ ଏହି ଦିନ ସାରା ଦେଶରେ କୌଣସି ବି ଦୋକାନୀ ବା ବ୍ୟବସାୟୀ ୟୁପିଆଇ ଦ୍ବାରା ଟଙ୍କା ଗ୍ରହଣ କରିବେ ନାହିଁ । ବ୍ୟବସାୟୀ ସଂଗଠନଗୁଡ଼ିକ ପକ୍ଷରୁ ଏହି ଦିନ 'ନୋ ୟୁପିଆଇ ଡେ' (No UPI Day) ପାଳନ କରିବାକୁ ଘୋଷଣା କରାଯାଇଛି।


ପ୍ରକୃତରେ, ଆସନ୍ତା ଅକ୍ଟୋବର ୧୫ ତାରିଖରୁ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪% ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଚାର୍ଜ ଲାଗୁ ହେବାକୁ ଯାଉଛି । ହେଲେ ସରକାରଙ୍କ ଏହି ନୂଆ ନିୟମକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରୁଛନ୍ତି ଏବଂ ଏହି ଚାର୍ଜକୁ ତୁରନ୍ତ ହଟାଇବା ପାଇଁ ଦାବି କରୁଛନ୍ତି । ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ ଏଗ୍ରିକଲଚର (MACCIA)ର ସଭାପତି ରବୀନ୍ଦ୍ର ମଙ୍ଗୱେଙ୍କ ସୂଚନା ଅନୁସାରେ, ଏହି ଆନ୍ଦୋଳନ କେବଳ ଗୋଟିଏ ରାଜ୍ୟରେ ସୀମିତ ନାହିଁ ବରଂ ଦେଶର ୫୦୦ରୁ ଅଧିକ ପ୍ରମୁଖ ବ୍ୟବସାୟୀ ସଂଗଠନ ଏଥିରେ ସାମିଲ ହେଉଛନ୍ତି । ଏହି କ୍ରମରେ ବ୍ୟବସାୟୀମାନେ ନିଜ ନିଜ ଦୋକାନରେ ଥିବା QR କୋଡ୍ ସ୍କାନର୍, ସାଉଣ୍ଡ ବକ୍ସ, ଅନ୍ୟ ସମସ୍ତ ଡିଜିଟାଲ୍ ପେମେଣ୍ଟ ଡିଭାଇସ୍ ସବୁକୁ କଳା କପଡ଼ାରେ ଢାଙ୍କି ପ୍ରତିବାଦ କରିବେ ଏବଂ କୌଣସି ଅନଲାଇନ୍ ପେମେଣ୍ଟ ନେବେ ନାହିଁ ।


ବ୍ୟବସାୟୀ ସଂଗଠନର ନେତୃବୃନ୍ଦ କହିଛନ୍ତି ଯେ, ଖୁଚୁରା ବ୍ୟବସାୟୀମାନେ ବହୁତ କମ୍ ମାର୍ଜିନରେ କାମ କରନ୍ତି। ଏଭଳି ସ୍ଥିତିରେ ଅତିରିକ୍ତ ଚାର୍ଜ ଲଦିଦେବା ଦ୍ବାରା ବ୍ୟବସାୟିକ ଖର୍ଚ୍ଚ ବହୁତ ବଢ଼ିଯିବ। ସେମାନଙ୍କ କହିବା କଥା ହେଲା, ବ୍ୟବସାୟୀମାନେ ଦେଶକୁ କ୍ୟାଶ୍-ଲେସ୍ ଓ ସ୍ୱଚ୍ଛ କରିବାରେ ସରକାରଙ୍କୁ ସହଯୋଗ କଲେ, ହେଲେ ଏବେ ସେମାନଙ୍କ ଉପରେ ହିଁ ଆର୍ଥିକ ବୋଝ ଲଦି ଦିଆଯାଉଛି। ଯଦି ସରକାର ଏହି ନିଷ୍ପତ୍ତିକୁ ପୁନର୍ବିଚାର ନକରନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS