BREAKING
Loading...
:

ଗଣିଆରେ ଲେବଲ-୪କୁ ପଦୋନ୍ନତି ପାଇଲେ ୧୩ ଜଣ ଶିକ୍ଷକ

 ଗଣିଆରେ ଲେବଲ-୪କୁ ପଦୋନ୍ନତି ପାଇଲେ ୧୩ ଜଣ ଶିକ୍ଷକ 



ଗଣିଆ ୨୨/୦୯(ମଣିଭଦ୍ରା ଖବର) ଗଣିଆ ବ୍ଲକର ଶିକ୍ଷା ବିଭାଗରେ ଲେବଲ -୪କୁ ପଦୋନ୍ନତି ପାଇଛନ୍ତି ୧୩ ଜଣ ଶିକ୍ଷକ । ପଦୋନ୍ନତି ପାଇବା ପରେ ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟକୁ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରୁ ପୁଷ୍ପଲତା ମହାଳିକ ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ,ରାସଙ୍ଗ, ବଂଶୀଧର ସାହୁ ମାଳତିପୁଟ, ସୁଶାନ୍ତ ରଣା କାଦୁଆ ହଟିଆପଲ୍ଲୀ,ଦଣ୍ଡଧର ରାଉତ ଧୁଆଁମଡା, ନାରାୟଣ ଦଳେଇ ଡଙ୍କାରିସାହି,ସଞ୍ଜୟ ମାଝି ବେଠିଆସାହି, ସ୍ବର୍ଣ୍ଣପ୍ରଭା ବେହେରା କେବି ନୋଡାଲ, ଛାମୁଣ୍ଡିଆ,ପ୍ରଶାନ୍ତ କୁମାର ପାଣିଗ୍ରାହୀ ପତଣ୍ଡା, ରାଧାମୋହନ ନାୟକ ନୂଆପଡା, ଚିତ୍ତରଞ୍ଜନ ରାଉତ ପ୍ରଧାନଶିକ୍ଷକ ଭାବେ କୁମ୍ଭୀରଖଣି ପ୍ରାଥମିକ ବିଦ୍ୟାଳୟ, ଗୋକୁଳାନନ୍ଦ ରାଉତ ଓ୍ବାଲିପୁର ପ୍ରାଥମିକ ବିଦ୍ୟାଳୟ ଏବଂ ଅନୁପମା ନାୟକ କେନ୍ଦୁପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି । ସମସ୍ତ ୧୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସାର୍ଟିଫିକେଟ ଯାଞ୍ଚ କରିବା ସହିତ କାଉନସେଲିଂ କରାଯାଇଥିଲା । ବ୍ଳକ ଶିକ୍ଷା ଅଧିକାରୀ ଲିପ୍ସା ନନ୍ଦ, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଏହି କାଉନସେଲିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS