ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ
ଗଣିଆ ୨୨/୦୯(ସମିସ) ଗଣିଆ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ ଲିପସା ନନ୍ଦ, ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା, ସରପଞ୍ଚ ଗିରିଧାରୀ ସେଠୀ,ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସିଆରସିସି ସୁଶାନ୍ତ ରଣା, ରାଧାମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନିୟର ଏବଂ ସିନିଅର ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ମଣ୍ଡଳ ସ୍ତରରେ ଯେଉଁମାନେ ସଫଳତା ଲାଭ କରିଥିଲେ ସେମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଅତି ଉଚ୍ଚକୋଟୀର ଚିତ୍ର ପ୍ରଦର୍ଶନ କରିଥିବାରୁ ଅତିଥି ମାନେ ଖୁସିବ୍ୟକ୍ତ କରିଥିଲେ । ସମସ୍ତ ସିଆରସିସି ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ମଣିଭଦ୍ରା ଖବର, ଗଣିଆ



إرسال تعليق