BREAKING
Loading...
:

BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର...

 BLOଙ୍କ ପାଇଁ ବଡ଼ ଖବର: ମିଳିବ ବାର୍ଷିକ ୧୮ ହଜାର ଟଙ୍କାର ସମ୍ମାନ ଭତ୍ତା, ୮୧.୪୫ କୋଟିର...



ରାଜ୍ୟର ବୁଥ୍ ଲେବଲ୍ ଅଫିସର (BLO)ଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି। SIR ୨୦୨୬ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ ସମସ୍ତ BLOଙ୍କୁ ଏହି ସମ୍ମାନ ଭତ୍ତା ପ୍ରଦାନ କରାଯିବ, ଯେଉଁଥିରେ ପ୍ରତ୍ୟେକ BLOଙ୍କୁ ବର୍ଷକୁ ୧୮ ହଜାର ଟଙ୍କା ଲେଖାଏ ଦିଆଯିବାର ବ୍ୟବସ୍ଥା ହୋଇଛି।


ଏହି ସମ୍ବନ୍ଧରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଇଲେକ୍ଟୋରାଲ୍ ରେଜିଷ୍ଟ୍ରେଶନ ଅଫିସର (ERO)ଙ୍କୁ ଚିଠି ଲେଖି ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି।


ରାଜ୍ୟର ମୋଟ ୪୫,୨୫୦ ଜଣ BLOଙ୍କୁ ଏହି ପ୍ରୋତ୍ସାହନ ରାଶି ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ମୋଟ ୮୧ କୋଟି ୪୫ ଲକ୍ଷ ଟଙ୍କାର ବଜେଟ୍ ଅନୁଦାନ ମଞ୍ଜୁର କରାଯାଇଛି। ତେବେ ଏହି ଆର୍ଥିକ ସହାୟତା BLOମାନଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠା ଉପରେ ନିର୍ଭର କରିବ। ଯଦି କୌଣସି BLOଙ୍କ ବିରୋଧରେ କୌଣସି ଅଭିଯୋଗ ଥାଏ କିମ୍ବା ଉପରୋକ୍ତ ଅଧିକାରୀଙ୍କ ପାଖରୁ ଅନୁକୂଳ ରିପୋର୍ଟ ନ ମିଳେ, ତେବେ ସେମାନଙ୍କୁ ଏହି ପ୍ରୋତ୍ସାହନ ରାଶିରୁ ବଞ୍ଚିତ ହେବାକୁ ପଡ଼ିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ଅଧିକ ସ୍ୱଚ୍ଛ ଓ ସୁଚାରୁରୂପେ ହୋଇପାରିବ ବୋଲି ଆଶା କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS