ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ତାରାତାରିଣୀ ପୀଠ କୁ ସଂଯୋଗ କରୁଥିବା ପାହାଡ଼ ରାସ୍ତାରେ ଗୋଟିଏ ଦିନରେ ଦୁଇ ଦୁଇଥର ମାଟି ଅତଡ଼ା ଧସିଛି l ଘଟଣାରେ କୌଣସି ବଡ଼ ଅଘଟଣା ଘଟିନଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି l ତେବେ ଲଗାତାର କିଛି ଦିନ ଧରି ଅଞ୍ଚଳରେ ହେଉଥିବା ବର୍ଷା ପ୍ରଭାବରେ ଆଜି ଅପରାହ୍ନ ପ୍ରଥମେ ମାଟି ଅତଡ଼ା ଧସି ନାଳ ଓ ରାସ୍ତାରେ ପଡିଥିଲା l ପରେ ସନ୍ଧ୍ୟା ସମୟରେ ପୁଣି ଗୋଟିଏ ବଡ଼ ପଥର ସହ ମାଟି ଧସି ରାସ୍ତା ଉପରେ ପଡି ପଡ଼ିଥିବା ଦେଖିବାକୁ ମିଳିଛି l ଘଟଣା ପରେ ପ୍ରଶାସନ ପକ୍ଷରୁ ରାସ୍ତା ରେ ଯାତାୟାତ ବନ୍ଦ ରଖାଯିବା ସହିତ ପଥର ମାଟି ହଟାଇବାକୁ ପ୍ରୟାସ ଜାରିରହିଥିବା ଦେଖିବାକୁ ମିଳିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق