BREAKING
Loading...
:

ରନ୍ଧନ ଗ୍ୟାସ ସଙ୍କଟ ର ଭରପୁର ଫାଇଦା ଉଠଉଛନ୍ତି କଳାବଜାରୀ,ଖୁଲମଖୁଲା ଗ୍ୟାସ କଳାବଜାର ହେଉଥିବା ବେଳେ ପୋଲିସ ର କାର୍ଯ୍ୟ କୁ ବେଳେ ଉଠିଛି ପ୍ରଶ୍ନ

 ରନ୍ଧନ ଗ୍ୟାସ ସଙ୍କଟ ର ଭରପୁର ଫାଇଦା ଉଠଉଛନ୍ତି କଳାବଜାରୀ,ଖୁଲମଖୁଲା ଗ୍ୟାସ କଳାବଜାର ହେଉଥିବା ବେଳେ ପୋଲିସ ର କାର୍ଯ୍ୟ କୁ ବେଳେ ଉଠିଛି ପ୍ରଶ୍ନ #



ପାରାଦୀପ - ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଲାଗିରହିଥିବା ବେଳେ ଭାରତବର୍ଷରେ ରନ୍ଧନ ଗ୍ୟାସ ର ସଙ୍କଟ ଦେଖାଦେଇଛି l ଏହି କାରଣରୁ ଜଗତସିଂହପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍ ସଂକଟ ଭଳି ପରିସ୍ଥିତି ଉପୁଜିଥିବା ବେଳେ  ବ୍ଳକ୍ ଏନ୍‌ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବାଲିତୁଠ ଅଞ୍ଚଳରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣର ରନ୍ଧନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ଏହି କାରବାରରେ ସଂପୃକ୍ତି ରହିଥିବା ନେଇ ପୁଲିସ ବଡ଼ବୁଦାର ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ସବୁଠୁ ଗୁରୁତ୍ୱପୂର୍ଣ ହେଲା ଏହି ଗ୍ୟାସ୍ ସିଲିଣ୍ଡର୍ ବାଲିତୁଠ ଅଞ୍ଚଳର ଜଣେ ପ୍ରଭାବଶାଳୀ କଂଗ୍ରେସ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସଙ୍କ ମାଲିକାନାରେ ଥିବା ମାର୍କେଟ କମ୍ପ୍ଲେକ୍ସରୁ ମିଳିଥିବାରୁ ଏହାକୁ ନେଇ ବିବାଦର  ନିଆଁ କୁହୁଳିବାରେ ଲାଗିଛି । ଥାନାରେ ଅଟକ ଥିବା ଗ୍ୟାସ୍‌ ସିଲିଣ୍ଡର୍ ଚୋରା ବ୍ୟବସାୟୀ ସାରଦା ନାମକ ଯୁବକ ଜିଲ୍ଲା ପରିଷଦ ସଭ୍ୟଙ୍କ ନିକଟ ସମ୍ପର୍କୀୟ ହୋଇଥିବାରୁ ତାଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ବଡ଼ବୁଦା ଅଞ୍ଚଳର ସାରଦା ପ୍ରସନ୍ନ ନାୟକ ବେଆଇନ ଭାବରେ ଦୀର୍ଘ ଦିନରୁ ଚୋରା ରନ୍ଧନ ଗ୍ୟାସ ସାରଦା ଚଳାଇଥିବା ଖବରପାଇ ଜିଲ୍ଲା ପରିଷଦ ସଭ୍ୟଙ୍କ ଘରେ କରିଥିବା ଗୋଦାମ ମଧ୍ୟରୁ ୧୦୯ଟି ଗ୍ୟାସ ଗୃହ ଉପରେ ଚଢ଼ଉ କରି ୧୦୦ ସିଲିଣ୍ଡର (୧୪.୦୨ କେଜି ଓଜନ ବିଶିଷ୍ଟ) ଜବତ କରିଥିବା ଥାନା ଅଧିକାରୀ ବଂଶୀଧର ପ୍ରଧାନ କହିଛନ୍ତି। ସେଥିମଧ୍ୟରୁ ପ୍ରାୟ ୭ଟି ଗ୍ୟାସ୍‌ ଭର୍ତି ସିଲିଣ୍ଡର୍ ଥିବା ବେଳେ ଖାଲି ସିଲିଣ୍ଡର୍ ୧୦୨ଟି ରହିଛି। ଏହି ଜବତ ଗ୍ୟାସ୍ ସିଲିଣ୍ଡର୍‌ର କୌଣସି ବୈଧ କାଗଜପତ୍ର ସାରଦା ପ୍ରସନ୍ନ ଦେଖାଇ ପାରିନଥିଲେ। 

କୁଜଙ୍ଗ ପୋଲିସ ବିଭିନ୍ନ ସମୟ ରେ ଏହି ଗ୍ୟାସ ସିଲିଣ୍ଡର ଚୋରା ବ୍ୟବସାୟ ଉପରେ କଡା ନଜର ରଖିଥିବା ବେଳେ ବନ୍ଦରନଗରୀ ପାରାଦୀପ ଓ ଏହାର ଉପକଣ୍ଠ ଅଞ୍ଚଳ ରେ ବ୍ୟାପକ ପରିମାଣ ର ଗ୍ୟାସ ସିଲିଣ୍ଡର ର ଚୋରା ବ୍ୟବସାୟ ଖୁଲମଖୁଲା ଚାଲୁଥିବା ବେଳେ ପାରାଦୀପ ଲକ ଓ ଆଦର୍ଶ ଥାନା ପୋଲିସ ଯେପରି ଆଖି ବନ୍ଦ କରିଦେଇଥିବା ଭଳି ଘଟଣା ଦେଖିବାକୁ ମିଳିଛି l ଲକଥାନା ଅଞ୍ଚଳ ର ନିମିଢ଼ି ନିକଟରେ ପାଞ୍ଚଗୋଟି,ଭୁତମୁଣ୍ଡାଇ ରେ ତିନିଗୋଟି,ନିହାରୁଣୀ ରେ ତିନିଗୋଟି,ଉଦୟ ବିହାର ତିନିଗୋଟି,ତାରିଣିଗାଡ ରେ ପାଞ୍ଚଗୋଟି,ରାଇ ମିଲ ନିକଟରେ ତିନିଗୋଟି,ଅଠର ବାଙ୍କୀ ମାର୍କେଟ ଅଞ୍ଚଳ ରେ ଚାରିଗୋଟି,ସେହିଭଳି ବେଲ୍ଟଲାଇନ,ମଧୁବନ, ନୂଆବଜାର ଓ ଷଣ୍ଢକୁଦ ଅଞ୍ଚଳ ରେ ବ୍ୟାପକ ପରିମାଣ ରେ ଚୋରା ରନ୍ଧନ ଗ୍ୟାସ ମହଜୁଦ ରହିଥିବା ଚେକ ପୋଲିସ ପାଖରେ ଏହାର ଖବର ନାହିଁ l ଏହି ଚୋରା ରନ୍ଧନ ଗ୍ୟାସ ମହଜୁଦ ରଖିଥିବା ବ୍ୟବସୟୀ ମାନେ ଗ୍ୟାସ ସଙ୍କଟ ର ଫାଇଦା ଉଠାଇ ମନଇଚ୍ଛା ସିଲିଣ୍ଡର ପିଛା ମୂଲ୍ୟ ନେଉଛନ୍ତି l ଯାହା ଫଳରେ ସାଧାରଣ ଲୋକ ଗ୍ୟାସ ପାଉନଥିବା ବେଳେ ଏହି ଚୋରା ବେପାରୀ ମାନେ କେଉଁଠୁ ଏତେ ପରିମାଣ ର ଗ୍ୟାସ ପାଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ କଣ ପାଇଁ ଏହି ସ୍ଥାନ ମାନଙ୍କରେ ଚଢ଼ାଉ କରାଯାଉନାହିଁ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବିଗତ ଦିନରେ ପାରାଦୀପ ଗଡ଼ ନିମିଢ଼ି ଅଞ୍ଚଳରେ ଏକାଧିକ ସ୍ଥାନରେ ବିନା କାଗଜପତ୍ର ରେ ବିପୁଳ ପରିମାଣ ର ଗ୍ୟାସ ସିଲିଣ୍ଡର ରଖି କଳାବଜାର କରୁଥିବା କିଛି ବ୍ୟବସାୟୀ ଙ୍କୁ ପୋଲିସ ଉଠାଇ ନେବା ସହିତ ବିପୁଳ ପରିମାଣ ର ଗ୍ୟାସ ସିଲିଣ୍ଡର ଜବତ କରିଥିଲେ ମଧ୍ୟ ସେମାନଙ୍କୁ ଛାଡି ଦେଇଥିଲା ଯାହା ଫଳରେ ସେମାନେ ପୋଲିସ ସହିତ ଡିଲ କରି ଯେତିକି ପରିମାଣ ରେ ଗ୍ୟାସ ସିଲିଣ୍ଡର ରଖୁଥୁଲେ ତାହାଠାରୁ ଦୁଇଗୁଣ ଗ୍ୟାସ ସିଲିଣ୍ଡର ରଖି ଅନାୟାସ ରେ ଖୁଲମଖୁଲା ବେପାର ଚଳାଇ ଆସୁଛନ୍ତି l ହେଲେ ବର୍ତ୍ତମାନ ର ଗ୍ୟାସ ସଙ୍କଟ ସମୟରେ ବି ସେହିପରି ବେପାର ଜାରି ରଖିଛନ୍ତି l ସେହିପରି ତାରିଣିଗଡା ଅଞ୍ଚଳ ରୁ କିଛିଦିନ ତଳେ ଆଦର୍ଶ ଥାନା ପୋଲିସ ବିପୁଳ ପରିମାଣ ର ଗ୍ୟାସ ସିଲିଣ୍ଡର ସହିତ ବେପାରୀ କୁ ଗିରଫ କରିଥିଲା l ଉକ୍ତ ବେପାରୀ ମୁକୁଳିବା ପରେ ଜୋରଦାର ବେପାର ଚଳାଇଥିବା ବେଳେ ଏହାର ସୁଯୋଗ ନେଇ ତାରିଣିଗଡା, ପିପିଏଲ ଛକ ନିକଟରେ ଏକାଧିକ ସ୍ଥାନରେ ବିପୁଳ ପରିମାଣ ର ଗ୍ୟାସ ସିଲିଣ୍ଡର ରଖି ସିଲିଣ୍ଡର ପିଛା ହଜାରେ ଟଙ୍କା ଅଧିକ ନେଉଥିବା ବେଳେ ଆଦର୍ଶ ଥାନା ପୋଲିସ ପାଖରେ କିଭଳି ଖବର ପହଞ୍ଚୁନାହିଁ ବୋଲି ସାଧାରଣ ଗ୍ରାହକ ପ୍ରଶ୍ନ କରିଛନ୍ତି l ଏଠି ସାଧାରଣ ଖାଉଟି ଗ୍ୟାସ ବୁକିଂ କରି ଗ୍ୟାସ ପାଉନଥିବା ବେଳେ କିଭଳି ଏହି ବେପାରୀ ଏତେ ପରିମାଣ ର ଗ୍ୟାସ ରଖି ଖୁଲମଖୁଲା ନିଜର କଳସମ୍ରାଜ୍ୟ ବୃଦ୍ଧି କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ କେବେ ପୋଲିସ ଓ ବ୍ଲକ ଏବଂ ମୁନିସିପାଲିଟି ର ଏନଫୋର୍ସମେଣ୍ଟ ଟିମ ଏବଂ ପୋଲିସ ର ନଜର ପଡୁଛି ତାହାକୁ ନେଇ ଗ୍ରାହକ ଓ ପାରାଦୀପ ବାସିନ୍ଦା ପ୍ରଶ୍ନ କରିଛନ୍ତି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS