ବୈଦ୍ୟେଶ୍ୱର ଥାନା ଅଧିକାରିଣୀ ଦୁର୍ଗେଶ ନନ୍ଦିନୀ ମହାନ୍ତିଙ୍କ ବଦଳି
ବାଙ୍କୀ, ୫/୪(ମାନସ ରଞ୍ଜନ ସାହୁ ):ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ବୈଦ୍ୟେଶ୍ୱର ଥାନା ଆଇ ଆଇ ସି ଦୁର୍ଗେଶ ନନ୍ଦିନୀ ମହାନ୍ତିଙ୍କ କଟକ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ବଦଳି ହୋଇଯାଇଛି. ସେ ଜାନୁଆରୀ 25ତାରିଖରେ ଥାନାରେ ନୂତନ ଆଇ ଆଇ ସି ଭାବେ ଯୋଗଦେଇ କାର୍ଯ୍ୟଭାର ସମ୍ଭଳିଥିଲେ. ସେ ଯୋଗ ଦେବା ଦିନ ଠାରୁ ଅଞ୍ଚଳରେ ଚୋରା ମଦ ବ୍ୟବସାୟ, ବାଲି ମାଫିଆଙ୍କ ଦୌରାତ୍ମ କମିଥିଲା. ସାଧାରଣ ଜନତାଙ୍କୁ ନ୍ୟାୟ ଦେବାରେ ତତ୍ପରତା ଦେଖାଉଥିଲେ.ଅଞ୍ଚଳରେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ଡିଜେ ବାଜା ସହ ଗଛ ବାଣ ଫୁଟାକୁ ନେଇ ଘୋର ବିରୋଧ କରୁଥିଲେ. ତାଙ୍କର ଏଭଳି ଅକସ୍ମାତ ବଦଳି ଜନ ସାଧାରଣ ଗ୍ରହଣ କରିପାରୁନାହାନ୍ତି. ସୂଚନା ଥାଉକି ଏକ ଚୋରା ମଦପେଟି ସହ ଅଟୋ ଗାଡ଼ିକୁ ସିଚକରି ପରେ ବୈଦ୍ୟେଶ୍ୱର ଥାନାରୁ ଛାଡ଼ିଦେବା ଏବଂ କଟକରେ ବିକ୍ରି କରିବା ମହଙ୍ଗା ପଡିଛି. ବୈଦ୍ୟେଶ୍ୱର, କଳାପଥର, ପତନୀ, ବାଲିପାହାଡ଼ ଅଞ୍ଚଳରେ ଥିବା 30ଜଣ ଠିପିଖୋଲା ମଦବ୍ୟବସାୟୀଙ୍କ ସମେତ ବାଲି ମାଟି ପଥର ମାଫିଆ ମାନଙ୍କ ମନରେ ମାଡାମଙ୍କ ବଦଳିକୁ ନେଇ ଖୁସିର ଲହରି ଖେଳିଯାଇଛି l
ମଣିଭଦ୍ରା ଖବର, ବାଙ୍କୀ


إرسال تعليق