ପୁରୀ ରେ ହେବାକୁଥିବା କ୍ରୁଜ୍ ଟର୍ମିନାଲ ପାଇଁ ଆଉ ପାଦେ ଆଗେଇଲା ପାରାଦୀପ ପୋର୍ଟ । ପାରାଦୀପ ପୋର୍ଟ ର ଚିଫ୍ ଇଂଜିନିୟର ହିମାଂଶୁ ଶେଖର ରାଉତ ଙ୍କ ନେତୃତ୍ୱରେ ଏକ ଟିମ୍ ପୁରୀ ରେ ହେବାକୁଥିବା କ୍ରୁଜ ଟର୍ମିନାଲ ଜାଗାକୁ ପରିଦର୍ଶନ କରିବା ସହ ତାର ନକ୍ସା କୁ ଦେଖିଥିଲେ । ଏହି ପ୍ରୋଜେକ୍ଟ ପାଇଁ ରାଜ୍ୟ ସରକାର ଓ ପାରାଦୀପ ପୋର୍ଟ ଅଥରିଟି ମଧ୍ୟରେ ଏକ ଏଏମୟୁ ସ୍ୱାକ୍ଷରିତ ହୋଇଥିଲା । ଏହି ପ୍ରୋଜେକ୍ଟ ପାଇଁ ପାଖାପକ୍ଷୀ ୧ ହଜାର କୋଟି ଟଙ୍କାର ବେୟ ଅଟକଳ କରାଯାଇଛି । କ୍ରୁଜ ଟର୍ମିନାଲ ହେଲେ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق