BREAKING
Loading...
:

ବାଙ୍କୀ ଉପଖଣ୍ଡରେ ଓଡିଶା ଦିବସ ପାଳିତ

 ବାଙ୍କୀ ଉପଖଣ୍ଡରେ ଓଡିଶା ଦିବସ  ପାଳିତ




ବାଙ୍କୀ ,୧/୪ (ମାନସ ରଞ୍ଜନ ସାହୁ ):ବାଙ୍କୀ ଉପଖଣ୍ଡସ୍ତରୀୟ ଓଡିଶା ଦିବସ ୨୦୨୬ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବାଙ୍କୀ   ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରଭାତ ଫେରିରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକତ୍ରିତ ହୋଇଥିଲେ। ଉପଜିଲ୍ଲାପାଳ  ମୋନୋସ୍ୱିନୀ ଦାସ ଓ ନିମନ୍ତ୍ରିତ ଅତିଥି ତଥା ବୁଦ୍ଧିଜୀବୀମାନେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ।   ଓଡିଶା ଦିବସ ଉପଲକ୍ଷେ ଉପଖଣ୍ଡସ୍ତରୀୟ  ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ବରପୁତ୍ରମାନଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ବିଭାଗ  ଦ୍ୱାରା "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ପରିବେଷଣ କରାଯାଇଥିଲା। ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ  ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ଉପଜିଲ୍ଲାପାଳ   ମୋନୋସ୍ୱିନୀ ଦାସ ତାଙ୍କ ଅଭିଭାଷଣରେ ଓଡିଶାକୁ ଭାଷା ଭିତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ ପୂର୍ବସୁରିମାନେ ଯେଉଁ ତ୍ୟାଗ ସ୍ୱୀକାର କରିଥିଲେ ସେ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ. ଚିତ୍ରସେନ ରାଉତ ତାଙ୍କ ଅଭିଭାଷଣରେ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ଓଡ଼ିଶାର ଇତିହାସକୁ ମନେପକାଇ ଓଡ଼ିଶାର ଏତିହ୍ୟ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବତ ରଖିବା ସହ ଆଜିର ଛାତ୍ର ସମାଜକୁ ସୁଦୃଢ଼ ଓଡିଶା ପ୍ରଦେଶ ଗଠନ କରିବା ଲାଗି ଆହ୍ୱାନ ଦେଇଥିବା ବେଳେ ଜଣସାଧରଣଙ୍କ ମଧ୍ୟରେ ଜାତୀୟତା ଭାବର ଉଦ୍ରେକ ସୃଷ୍ଟି କରିବା ଲାଗି ପ୍ରେରଣା ଦେଇଥିଲେ।  ସମ୍ମାନିତ ଅତିଥି ଭାବେ ଡେ଼ପୁଟି କଲେକ୍ଟର ସୁଶ୍ରୀ ରଞ୍ଜିତା ଲେଙ୍କା , ସାଂସଦଙ୍କ ପ୍ରତିନିଧି ବିଜ୍ଞାପିତ ଅଞ୍ଚଳ ପରିଷଦ ବାଙ୍କୀ,  ସରୋଜ କୁମାର ସାମନ୍ତରାୟ, ନଗରପାଳ ବିଜ୍ଞାପିତ ଅଞ୍ଚଳ ପରିଷଦ,ବାଙ୍କୀ ଶ୍ରୀମତୀ ମାଣିକ ସାହୁ ପ୍ରମୁଖ ଯୋଗଦେଇଥିଲେ।  ଓଡିଶା ଦିବସ ପାଳନ ଅବସରରେ ଆୟୋଜିତ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାର  ସବ ଜୁନିୟର ଗ୍ରୁପରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ହୋଇଥିବା ରୋଶିନି ପାଣ୍ଡବ, ଶୃତି ରଞ୍ଜନ ମାଝୀ, ତନୁଶ୍ରୀ ନାୟକ, ଜୁନିୟର ଗ୍ରୁପରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ  ହୋଇଥିବା ଆଶୀର୍ବାଦ ପଣ୍ଡା,ସୂର୍ଯ୍ୟଶିଖା ପ୍ରଧାନ, ଅନନ୍ୟା ପ୍ରିୟଦର୍ଶିନୀ ଓ ସେହିପରି ସିନିୟର ଗ୍ରୁପରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ହୋଇଥିବା ସୋନାଲି ଶୁଭଲଷ୍ମୀ ସ୍ୱାଇଁ, ଅଭିଜିତ ମହାପାତ୍ର, ଚିତ୍ରଲେଖା ବିଶ୍ୱାଳ ପ୍ରମୁଖ ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି  ସଭାରେ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ ବରିଷ୍ଠ ସାମ୍ବାଦିକ  ଜ୍ଞାନେନ୍ଦ୍ର ମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।  ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS