BREAKING
Loading...
:

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ଉସ୍ଚବ

 ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ଉସ୍ଚବ  ।

 



 ବୋଲଗଡ ; ତା-୩୧/୦୩ (ମଣିଭଦ୍ରା ଖବର) 

ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ  ମୋହନ ସତ୍ୟପ୍ରିୟ ବିଧାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘୋରଡିଆ ର ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଏହି କାଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ବୋଲଗଡ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମିତା ମିଶ୍ର,  ମୁଖ୍ଯ ବକ୍ତା ଭାବେ ବିଦ୍ୟାଳୟ ର ପୁରାତନ ଆଲୁମିନା ଛାତ୍ର ପ୍ରତାପ ବିଧାର ମହାପାତ୍ର,  ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ବିଶ୍ବଜିତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ମାନେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫଟୋ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଫୁଲ ଚନ୍ଦନ, ଧୂପଦୀପ ଦେଇ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ନ୍ରୁତ୍ୟ ପରିବେଷଣ କରାଯାଇଥିଲା।  ସହକାରୀ ଶିକ୍ଷୟତ୍ରୀ ସରୋଜିନୀ ନନ୍ଦ ବେଦମନ୍ତ୍ର ପାଠ କରି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମସ୍ତ ଅତିଥି ମାନେ ବିଦାୟକାଳୀନ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ।  ଏହି ଅବସରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ବିଦ୍ୟାଧ୍ୟୟନ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ। ବିଦ୍ୟାଳୟ ତରଫରୁ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା।  ଏହି କାଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ତପସ୍ବିନୀ ବେହେରା  ଓ ଶିକ୍ଷକ ବିଶ୍ବରଞ୍ଜନ ସାହୁଙ୍କ ସଂଯୋଜନାରେ ସାସ୍କୃତିକ ସଂଗୀତ ଓ ନ୍ରୁତ୍ୟ ପରିବେଷଣ କରାଯାଇଥିଲା। ଆଜିର ଉସ୍ଚବରେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ସରକାରୀ ଜରୁରୀକାଳୀନ କାଯ୍ୟ ପାଇଁ ଅନୁପସ୍ଥିତ ରହିଥିବା ସତ୍ତ୍ବେ ମୋବାଇଲ ଭିଡିଓ ଜରିଆରେ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଶୀର୍ବାଦର ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ଯସଭ୍ଯା ଓ ବହୁ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ଜସ୍ମିନ ଦାଶ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ  ।

ମଣିଭଦ୍ରା ଖବର,

Post a Comment

أحدث أقدم
Header ADS