ସନ୍ଦିଗ୍ଧ କୁ ଧରିବାକୁ ଯାଇଥିଵା ପୋଲିସକୁ ସ୍ଥାନୀୟ ଲୋକଙ୍କ ଆକ୍ରମଣ,ଫେରାର ହୋଇଗଲା ଅଭିଯୁକ୍ତ, ଏକ ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତ ବିଜୟଚାନ୍ଦପୁରର ମଦନ ରାଉତକୁ ଗିରଫ କରିବା ପାଇଁ ଚଢଉ କରିବାକୁ ଯାଇଥିବା ପୁଲିସ ଉପରେ ମରଣାନ୍ତକ ଆକ୍ରମଣ କରିବାର ସୁଯୋଗ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା l ଘଟଣା କୁ ନେଇ ଆକ୍ରମଣ ର ଶିକାର ହୋଇଥିବା ଆଦର୍ଶ ଥାନା ପୁଲିସ ଏସ୍ଆଇ ସୁରେଶ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏକ ସନ୍ଦିଗ୍ଧ ମାମଲାରେ ଜଡ଼ିତ ଅଭିଯୁକ୍ତ ମଦନ ରାଉତ ହନୁମାନ ମନ୍ଦିର ନିକଟରେ ଥିବା ଖବର ପାଇ ପୁଲିସ ଟିମ୍ ସେଠାରେ ଚଢ଼ଉ କରିବାରୁ ମଦନ ଏକ ଡଙ୍ଗାରେ ଥିବା ଜଣାପଡ଼ିଥିଲା। ପୁଲିସ ଟିମ୍ ମଦନକୁ ଧରିବା ସମୟରେ ସେ ଖୁବ ଜୋରରେ ପାଟି କରିଥିଲା l ମଦନ ପାଟି ଶୁଣି ତାଙ୍କ ପରିବାର ସଦସ୍ୟ, ସମ୍ପର୍କୀୟ ଓ ସ୍ଥାନୀୟ ବସ୍ତି ବାସିନ୍ଦା ପହଞ୍ଚି ପୁଲିସ ର କାର୍ଯ୍ୟ କୁ ବିରୋଧ କରିବା ଦେଖି ପୋଲିସ କର୍ମଚାରୀ ମଦନ ବିରୁଦ୍ଧରେ ରହିଥିବା ମାମଲା ବିଷୟରେ କହିବା ସହିତ ଆଇନ କୁ ତା ବାଟରେ କାମ କରିବାକୁ ଦେବା ପାଇଁ କହିଥିଲେ l ଉତ୍ୟକ୍ତ ଲୋକମାନେ ପୋଲିସ ର କଥା ଶୁଣିବା ପରିବର୍ତ୍ତେ ଓଲଟା ପୋଲିସ ଟିମ୍କୁ ଗାଳିଗୁଲଜ କରିଥିଲେ। ମଦନକୁ ନେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସିଧା ସଳଖ ଉତ୍ୟକ୍ତ ଲୋକ ପୁଲିସକୁ ଧମକ ଦେଇଥିଲେ। ଲୋକଙ୍କ କଥା ନ ଶୁଣି ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେବାକୁ ଚେଷ୍ଟା କରିବାରୁ ଉତ୍ୟକ୍ତ ଲୋକ ପୁଲିସ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିଵା ସୂଚନା ମିଳିଛି l ପୋଲିସ କୁ ଆକ୍ରମଣ କରିଵା ପରେ ମଧ୍ୟ ଉତ୍ୟକ୍ତ ଲୋକ ଙ୍କ ରାଗ ଶାନ୍ତ ହୋଇନଥିଲା ପୁଲିସ କର୍ମଚାରୀ ଙ୍କୁ ଏକ ଘରେ ପୁରାଇ ଲୁଟପାଟ କରିଥିଵା ସୂଚନା ମିଳିଛି l ଯାହାକୁ ନେଇ ଆଦର୍ଶ ଥାନା ପୋଲିସ ଆକ୍ସନ ମୂଡ଼ରେ ରହିଥିବା ବେଳେ ଘଟଣା କୁ ଗୁରୁତର ସହିତ ଗ୍ରହଣ କରି ଅଭିଯୁକ୍ତ ଙ୍କୁ ଚିହ୍ନଟ କରିବା ସହିତ ଫେରାର ହୋଇଯାଇଥିବା ଅଭିଯୁକ୍ତ କୁ ଖୋଜା ଚାଲିଥିବା ନେଇ କହିଛନ୍ତି ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق