କୁଶିଆପାଳ ରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ନାମଯଜ୍ଞ ଉଦଯାପିତ
ଡେରାବିଶ- ଡେରାବିଶ ବ୍ଲକ୍ କୁଶିଆପାଳ ଗ୍ରାମ ପଞ୍ଚାୟତ କୁଶିଆପାଳ ଗ୍ରାମ ସ୍ଥିତ ମା କ୍ଷେତ୍ରପାଳିନୀ ପୀଠ ରେ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ମହାଯଜ୍ଞ ଓ ନାମ ଯଜ୍ଞ ଶେଷ ହୋଇଛି । ଏହି ଅବସରରେ କଳସ ଶୋଭାଯାତ୍ରା, ମହାଯଜ୍ଞ ର ପୂର୍ଣ୍ଣାହୂତି, ପ୍ରାସାଦ ସେବନ ହୋଇଥିବା ବେଳେ ନାମଯଜ୍ଞ ଶୁଭାଧିବାସ, ଶେଷ ହୋଇଛି। ଯଜ୍ଞ କର୍ତ୍ତା ଭାବେ ଦୀପକ କୁମାର ସାହୁ ଦାୟିତ୍ବ ନିର୍ବାହ କରିଥିବା ବେଳେ ମା କ୍ଷେତ୍ରପାଳିନି ଗ୍ରାମ୍ୟ କମିଟି ପକ୍ଷରୁ ସଭାପତି ବାମନ ପ୍ରଧାନ, ସମ୍ପାଦକ ଫଗୁଚରଣ ସହୁ, ସରଳରେଖା ସହୁ, ଭରତ ସ୍ୱାଇଁ, ଦିଲ୍ଲୀପ କୁମାର ସାହୁ, ଭର୍ତୁହରି ସ୍ୱାଇଁ, ଭଗ୍ୟଧର କୁଣ୍ଡ, କୈଳାସ ସାହୁ, ବଂଶୀଧର ସହୁ, ବାବାଜୀ ସାହୁ, ତ୍ରିଲୋଚନ ସାହୁ,ନିରଞ୍ଜନ ନନ୍ଦୀ, ମାନସ ମହାରଣା, ଯଶୋବନ୍ତ ଓଝା, ଦିନେଶ ସାହୁ, ରଶ୍ମି ରଞ୍ଜନ ସାହୁ, ଶ୍ରୀଧର ପ୍ରଧାନ, ତପନ ସାହୁ, ଚିତ୍ତରଞ୍ଜନ ସାହୁ ଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।ନଗର କୀର୍ତ୍ତନ ରେ ଗ୍ରାମ ବାସୀଙ୍କ ଦ୍ଵାରା ସ୍ଥାନେ ସ୍ଥାନେ ବିଭିନ୍ନ ଥଣ୍ଡା ପାନୀୟ, ଦହି ପାଣି, ଆଇସ କ୍ରିମ ଇତ୍ୟାଦି ବଣ୍ଟନ ଦେଖିବାକୁ ମିଳିଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق