ଶୁଖିଯାଉଛି ପ୍ରଧାନପାଟ,
ଚିନ୍ତାରେ ପରିବେଷବିତ
ଦେବଗଡ଼ : -ବଣପାହାଡ ଘେରା ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି. ଦେବଗଡ଼ ସହରବାସୀଙ୍କ ଜୀବନଧାରାର ପ୍ରମୁଖ ଉତ୍ସ ଏହି ଜଳପ୍ରପାତ ରାଜାରାଜୁଡା ଅମଳରୁ ଆଜି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଇ ଆସୁଛି. ଏବେ ଧୀରେ ଧୀରେ ଏହାର ଧାର ଶୁଖି ପାଣି ଝରିବା କମିବାରେ ଲାଗିଲାଣି. ଏ ନେଇ ପରିବେଶପ୍ରେମୀ, ବୁଦ୍ଧିଜୀବୀ ବେଶ ଚିନ୍ତା ପ୍ରକଟ କରୁଛନ୍ତି. ଘଞ୍ଚ ଅରଣ୍ୟ ବିଶିଷ୍ଟ ଅପୂର୍ଵ ଶୋଭାରାଜି ଏହି ଜଳପ୍ରପାତ ରେ ଅବସ୍ଥିତ. କିନ୍ତୁ ଦୁଃଖର ବିଷୟ ବର୍ତମାନ ଜଳପ୍ରପାତର ପାଦଦେଶରେ ଥିବା ସଂରକ୍ଷିତ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ଅବାଧ ଗଛ କାଟ ଦ୍ୱାରା ଉଭୟ ଜଙ୍ଗଲ ଶୋଭାରାଜି ନଷ୍ଟ ହେବା ସହ ଜଳଧାର କାମୁଥିବା ପରିବେଶବିତ ମାନେ ମତ ଦେଇଛନ୍ତି l ଉଲ୍ଲେଖଯୋଗ୍ୟ ଯେ ଦେବଗଡ଼ ସହରବାସୀଙ୍କ ପାଇଁ ଦୈନିକ ୩. ୬ ଏମଏଲଡି ପାଣି ଆବଶ୍ୟକ. ସେଥିରୁ ପ୍ରଧାନପାଟ ଜଳପ୍ରପାତରୁ ମାତ୍ର ୧ଲକ୍ଷ ଲିଟର ପାଣି ସଂଗୃହିତ ହେଉଥିବା ବେଳେ ୧. ୪ଏମଏଲଡି ପାଣି ଗଭୀର ନଳକୂପ ରୁ ନିଆଯାଉଛି. ଏହିପରି ଭାବେ ସହରବାସୀଙ୍କ ମିଳୁଛି ମାତ୍ର ୨. ୪ଏମଏଲଡି ପାଣି. ଯାହାକି ସେମାନଙ୍କ ଶୋଷ ମେଣ୍ଟେଇ ପାରୁନାହିଁ l ଗୋଟିଏପଟେ ପ୍ରଧାନପାଟ ର ଜଳଧାର ଶୁଖିଯାଉଥିବାବେଳେ ଅନ୍ୟପଟେ ଭୁତଳ ଜଳସ୍ତର କମିବାରେ ଲାଗିଛି l ଫଳସ୍ୱରୂପ ପୌରାଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି. ପାଣି ଶୁଖି ଯାଉଥିବାରୁ ଆଗାମୀ କିଛି ବର୍ଷ ଭିତରେ ପ୍ରଧାନପାଟ ତାର ସତ୍ତା ହରାଇବା ଆଶଙ୍କା ପ୍ରକାଶ ପାଇଛି. ତତ୍କାଳୀନ ବାମଣ୍ଡା ରାଜା ସଚ୍ଚିଦାନନ୍ଦତ୍ରିଭୁବନ ଦେବ ପ୍ରଧାନପାଟ ର ସୁରକ୍ଷା ନେଇ ଏକ ମାର୍ବଲ ଖୋଦିତ ଶିଳାଲିପିରେ ଜନସାଧାରଣଙ୍କୁ ସତର୍କ ସୂଚନା ଲେଖିଥିଲେ l ଦୂରଦର୍ଶୀ ରାଜା ସେ ସମୟରୁ ହିଁ ପ୍ରଧାନପାଟ ଜଙ୍ଗଲ ଧ୍ବଂସ ଓ ପ୍ରଧାନପାଟ ଜଳପ୍ରପାତ ର ପାଣି ଶୁଖିବା ନେଇ ଆଶଙ୍କା ପ୍ରକାଶ କରି ଲୋକଙ୍କୁ ସଚେତନ କରିଥିଲେ. ଯାହା ଆଜି ସତ ହେବାକୁ ଯାଉଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق