BREAKING
Loading...
:

ଶନିଶ୍ଚର ଦେବଙ୍କ ପଞ୍ଚମ ବାର୍ଷିକ ଉତ୍ସବ

 ଶନିଶ୍ଚର ଦେବଙ୍କ ପଞ୍ଚମ ବାର୍ଷିକ ଉତ୍ସବ 




ଗଣିଆ ୨୫/୦୪(ସମିସ) ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମରେ ଶ୍ରୀଶ୍ରୀ ଶନିଶ୍ଚର ଠାକୁରଙ୍କ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଠାକୁରଙ୍କ ହୋମଯଜ୍ଞ ସହିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ହରିବୋଲ ହୁଳହୁଳିରେ ଗ୍ରାମ କମ୍ପି ଉଠିଥିଲା । ଗ୍ରାମର ସହସ୍ରାଧିକ ପୁରୁଷ ଏବଂ ମହିଳା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅପରାହ୍ନରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ପ୍ରମୁଖ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ମନ୍ଦିର ପରିଚାଳନା କମିଟି ତରଫରୁ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ମନ୍ଦିର ପରିଚାଳନା ସୁରୁଖୁରୁରେ ଚାଲିଥିବା ଜଣାପଡ଼ିଛି ।

Post a Comment

أحدث أقدم
Header ADS