ଗଣିଆ ବ୍ଳକର ବିଭିନ୍ନ ଆଶ୍ରୟ ସ୍ଥଳରେ ଆଶ୍ରୟ ନେଲେ ୧୬୩ ଜଣ
ଗଣିଆ (ମଣିଭଦ୍ରା ଖବର) ବାତ୍ୟା ଅକଓ୍ବାନର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ପବନ ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସରକାର ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗଣିଆରେ ବିଭିନ୍ନ ସ୍ଥାନରେ ଥିବା ଆଶ୍ରୟସ୍ଥଳୀରେ ୧୬୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପ୍ରାୟ ୧୨ ଜଣ ଆଶ୍ରୟ ନେଇଛନ୍ତି । ପଞ୍ଚାୟତ ତରଫରୁ ସେମାନଙ୍କୁ ସକାଳବେଳା ଶୁଖିଲା ଖାଦ୍ୟ ସହିତ ରନ୍ଧାଖାଦ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିବା ସରପଞ୍ଚ ଗିରିଧାରୀ ସେଠୀ ପ୍ରକାଶ କରିଛନ୍ତି । ସେହିପରି ଓ୍ବାଲିପୁର,ବେଠିଆସାହି ତଥା ପତୁରିଆ ଠାରେ ଲୋକେ ଆଶ୍ରୟ ନେଇଛନ୍ତି । ବ୍ଳକ ପ୍ରଶାସନ ତରଫରୁ ସଜାଗ ରହିଥିବା ଦେଖିବାକୁ ମିଳିଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق