BREAKING
Loading...
:

୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ

 



କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡା ୨ ମାସ ତଳେ ତାଙ୍କ ଭଉଣୀ ‘କାଲରା ମୁଣ୍ଡା’ ଙ୍କ ମୃତ୍ୟୁ ଘଟିଥିଲା। ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ଅଛି ବୋଲି ଜ।ନିବ।ପରେ ଅପାଠୁଆ ଜିତୁ ବହୁତଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ। ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନଆସିଲେ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ।ଜଣେ ଅଶିକ୍ଷିତ ଲୋକକୁ, ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ, ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କିଛି ଅସୁବିଧା ହୋଇନଥାନ୍ତା। ଦୁର୍ନୀତି କଲାବେଳେ ସମସ୍ତ ସରକାରୀ ନିୟମକୁ ଫୁ(ବଦ୍) ଦିଅଜ।ଉଛି। ଗରିବ ଲୋକଟିଏ ପାଇଁ କିନ୍ତୁ ସବୁ ନିୟମ କ।ନୁନ୍ ଦେଖ।ଜ।ଏ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS