ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀର ଅଜବନୀତି ଅଦିନରେ କାଟିଲା ପୋଖରୀ ପାଣି
ଆଶ୍ରମପଡା ଓ ଶାନ୍ତି ନଗର ପଡା ପୋଖରୀ ମରାମତି କାମ ଅଧାପନ୍ତରିଆ,ଲୋକେ ହନ୍ତସନ୍ତ
(ଲାଞ୍ଜିଗଡ଼) -କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ଲାଞ୍ଜିଗଡ଼ ପଞ୍ଚାୟତ ଅଧୀନରେ ଥିବା ଆଶ୍ରମପଡା ଓ ଶାନ୍ତି ନଗର ପଡା ପୋଖରୀ ମରାମତି କାମ ଅଧାପନ୍ତରିଆ ହୋଇ ରହିଛି।ଯାହା ଫଳରେ ଅଦିନରେ ପୋଖରୀ ପାଣି କାଟି ଦେଇଥିବା ଯୋଗୁଁ ଲୋକେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ସୂଚନା ଅନୁସାରେ ଲାଞ୍ଜିଗଡ଼ ପଞ୍ଚାୟତ ଆଶ୍ରମପଡା ଓ ଶାନ୍ତିନଗର ପଡା ଠାରେ ଥିବା ଦୁଇ ଗୋଟି ପୋଖରୀର ମରାମତି କାମ ପାଇଁ ଚଳିତ ବର୍ଷ ମେ ମାସରେ ଆରମ୍ଭ କରିଥିଲେ।ଅଦିନରେ ପୋଖରୀ ପାଣି କାଟିବା ଲୋକଙ୍କ ବାରମ୍ବାର ବିରୋଧ ସତ୍ତ୍ୱେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷ ନା ବେଦାନ୍ତ କର୍ତ୍ତୃପକ୍ଷ କେହି ଶୁଣିନଥିଲେ।ଏହି କାମ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ସିଏସଆର ବିଭାଗ ଅଧିନରେ ହେଉଥିବା ବେଳେ ଆପ୍ରୋ ନାମକ ଏକ ଏନଜିଓକୁ ଦାଇତ୍ଵ ଦିଆଯାଇଛି।ଏହି କାମକୁ ଆପ୍ରୋ ସଂସ୍ଥା ଜଣେ ବାହାର ରାଜ୍ୟର ଠିକାଦାର ହାତରେ ଟେକି ଦେଇଥିବା ବେଳେ ବର୍ଷା ମାସ ୧୫ ଦିନ ପୂର୍ବରୁ ଏହି ପୋଖରୀର ପାଣି କାଟି ଦେଇ କାମ ଆରମ୍ଭ କରିଥିଲା।ବର୍ତ୍ତମାନ ଲାଞ୍ଜିଗଡ଼ -ବିଶ୍ୱନାଥପୁର ମୁଖ୍ୟ ରାସ୍ତା କଡ ଆଶ୍ରମପଡା ନିକଟରେ ଥିବା ଏହି ପୋଖରୀ ଉପରେ ଅଞ୍ଚଳବାସୀ ସମେତ ଗୋରୁ, ଗାଈ ଛେଳି, ମେଣ୍ଢା ନିର୍ଭର କରୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଠିକାଦାର ପୋଖରୀ କାମ ନକରି ଅଧପନ୍ତରୀଆରେ ଛାଡି ଦେଇଥିବା ଲୋକ ପ୍ରକାଶ କରିଛନ୍ତି ।ଏହି ପୋଖରୀରେ ହଜାର ହଜାର ପୁରୁଷ ଓ ମହିଳା ନିର୍ଭର କରୁଥିବା ବେଳେ କିଛି ଚାଷ ଜମିକୁ ମଧ୍ୟ ପୋଖରୀର ପାଣି ବ୍ୟବହାର ହେଉଛି।ବର୍ତ୍ତମାନ ପୋଖରୀ ମଝିରେ ହିଡ କରିବା ସହ ପୋଖରୀର ବିଭିନ୍ନ ସ୍ଥାନରେ ମାଟି ପକେଇ ଦେଇଥିବା ବେଳେ ବର୍ତ୍ତମାନ ପୋଖରୀଟି ଶୁଖିଲା ପଡିଛି।କେବଳ ଏହି ପୋଖରୀ ନୁହେଁ ଲାଞ୍ଜିଗଡ଼ ସାପ୍ତାହିକ ହାଟ ନିକଟରେ ଥିବା ଶାନ୍ତି ନଗର ପଡାର ପୋଖରୀରୁ ମଧ୍ୟ ପାଣି କାଟି ଦେଇଛନ୍ତି।ଏଭଳି ଅନେକ କାମ ବେଦାନ୍ତର ସିଏସଆର ଅଧୀନରେ ଚାଲିଥିବା ବେଳେ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଉଛି।ବର୍ତ୍ତମାନ ସିଏସଆରରେ ହେଉଥିବା କାମ ୯୦% ପ୍ରତିଶତ କାଗଜପତ୍ର ଓ ଠିକାଦାର ପୋଷା ନୀତି ଚାଲିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି।ଆଗକୁ ଅଧପନ୍ତରିଆ ପୋଖରୀ କାମ ଶୀଘ୍ର ସମ୍ପୂର୍ଣ୍ଣ ନ କଲେ ବେଦାନ୍ତ କମ୍ପାନୀ ମୁଖ୍ୟ ଗେଟ ସମ୍ମୁଖରେ ଧାରଣା ଦେବାକୁ ଲାଞ୍ଜିଗଡ଼ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق