BREAKING
Loading...
:

ପଦୋନ୍ନତି ପାଇଲେ ବିଧାୟକଙ୍କ ପିଏସଓ ସୂର୍ଯ୍ୟକାନ୍ତ ଦାସ

 ପଦୋନ୍ନତି ପାଇଲେ ବିଧାୟକଙ୍କ ପିଏସଓ ସୂର୍ଯ୍ୟକାନ୍ତ ଦାସ 

ନୟାଗଡ (ମଣିଭଦ୍ରା ଖବର) ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପିଏସଓ ଭାବେ କାର୍ଯ୍ୟରତ ଏ.ପି.ଆର କନେଷ୍ଟବଳ ସୂର୍ଯ୍ୟକାନ୍ତ ଦାସ ପଦୋନ୍ନତି ପାଇଥିବା ଜଣାପଡ଼ିଛି । ଶ୍ରୀ ଦାସ ପଦୋନ୍ନତି ପାଇ ଏଏସଆଇ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ ।   ଶ୍ରୀଯୁକ୍ତ ସୁର୍ଯ୍ୟକାନ୍ତ ଦାସ ତା.୧୯.୧୧.୨୦୧୧ ରିଖରେ  କନେଷ୍ଟବଳ ରୂପେ ନୟାଗଡ ଜିଲ୍ଲାରେ ଯୋଗଦାନ କରିଥିଲେ ।  ସେ ତାଙ୍କର  ଚାକିରି କାଳ ମଧ୍ୟରେ ସର୍ବମୋଟ ୧୯   ଗୋଟି Money Reward, ୫୮ ଗୋଟି G.S. Mark ଏବଂ ୦୬ ଗୋଟି Commendation/Highly Commendation ପୁରସ୍କାର ପ୍ରାପ୍ତ ହୋଇଛନ୍ତି । 

          ତାଙ୍କର ଉତ୍ତମ କାର୍ଯ୍ୟ ଦକ୍ଷତା, ଶୃଙ୍ଖଳାଗତ ଜ୍ଞାନ ଏବଂ କର୍ତ୍ତବ୍ୟରେ ଆନ୍ତରିକତା ପାଇଁ  ଜିଲ୍ଲା ପୋଲିସ, ନୟାଗଡର ଚଳିତ ବର୍ଷ ନିମନ୍ତେ ତାଙ୍କୁ ସର୍ବ ଶ୍ରେଷ୍ଠ ଏ.ପି.ଆର୍ କନେଷ୍ଟବଳ ଭାବରେ ମନୋନୀତ କରି ପୁରସ୍କାର ପ୍ରଦାନ କରାଯାଇଛି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲା ସାରା ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି । 


ମଣିଭଦ୍ରା ଖବର,

          

Post a Comment

أحدث أقدم
Header ADS