ଖଣ୍ତପଡାରେ କଂଗ୍ରେସର ସାଙ୍ଗଠନିକ ସମାବେଶ
ଖଣ୍ତପଡା ୭|୯ (ନି.ପ୍ର) ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ବ୍ଲକ କଂଗ୍ରେସ ସଂଗଠନ ପକ୍ଷରୁ ସ୍ଥାନୀୟ ଶୁଭମଣ୍ତପ ପରିସରରେ ଶନିବାର ସଂଗଠନ ସୃଜନ ଅଭିଯାନ ଓ ସାଙ୍ଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଜାତୀୟସ୍ତରୀୟ ନେତୃବୃନ୍ଦ ଓଡିଶାରେ କଂଗ୍ରେସ ସଂଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବା ଉପରେ ଗୁରୁତ୍ଵାରୋପ କରୁଥିବା ବେଳେ ଏ ପରିପ୍ରେକ୍ଷୀରେ ସମାବେଶରେ ଆୟୋଜନ କରାଯାଇଥିବା ନେଇ ଏଆଇସିସି ପର୍ଯ୍ୟବେକ୍ଷକ ମହେଶ ଶର୍ମା ସମାବେଶରେ ଯୋଗ ଦେଇ ସୂଚନା ଦେଇଥିଲେ।ସାଙ୍ଗଠନିକ ଦକ୍ଷତା ଥିବା ପୁରୁଖା ନେତା ଓ ଯୁବକମାନଙ୍କ ଉପରେ ଆସ୍ଥାପ୍ରକଟ କରି ଜିଲ୍ଲା ଓ ବ୍ଲକସ୍ତରୀୟ ପଦବୀରେ ନିଯୁକ୍ତି ପ୍ରଦାନ କରାଗଲେ ଦଳୀୟ ସଂଗଠନ ସୁଦୃଢ ହୋଇପାରିବ ବୋଲି ସମାବେଶରେ ଉପସ୍ଥିତ ବହୁ ପୁରୁଖା ନେତା, ସଂଗଠକ ଓ କର୍ମୀମାନେ ମତ ଦେଇଥିଲେ।ସମାବେଶରେ ଅନ୍ୟମାନଙ୍କ ମଧ୍ଯରେ ଏଆଇସିସି ପର୍ଯ୍ୟବେକ୍ଷକ ଶ୍ରୀ ଶର୍ମା, ପୂର୍ବତନ ନୟାଗଡ ଜିଲ୍ଲା ସଭାପତି ରଣଜିତ ଦାଶ, ଖଣ୍ଡପଡ଼ା ନିର୍ବଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀନି ବୈଜୟନ୍ତୀମାଳା ମହାନ୍ତି ,ପ୍ରଦେଶ କଂଗ୍ରେସ ପର୍ଯ୍ୟବେକ୍ଷକ ସଂଗ୍ରାମ ମହାନ୍ତି, ବରିଷ୍ଠ ନେତ୍ରୀ ବିନୋଦିନୀ ମହାନ୍ତି,ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ,ବସନ୍ତ କୁମାର ମହାରଣା,ମନୋଜ କୁମାର ସାହୁ, ପୂର୍ବତନ ସରପଞ୍ଚ ଅଯୋଧ୍ୟା ମହାଳିକ, ବରିଷ୍ଠ ସଂଗଠକ ଜଗନ୍ନାଥ ନାୟକ,ଶିବ ରଞ୍ଜନ ସାହୁ,ପିତବାସ ଖୁଣ୍ଟିଆ,ପ୍ରକାଶ ଖୁଣ୍ଟିଆ,ଦିଲ୍ଲୀପ ଖୁଣ୍ଟିଆଙ୍କ ସମେତ ଦଳର ବହୁ ତୁଙ୍ଗ ନେତା ଓ ସଂଗଠକମାନେ ଉପସ୍ଥିତ ରହି ଦଳର ସାଂଗଠନିକ ସ୍ଥିତି ଓ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ ସମାବେଶରେ ପୌରୋହିତ୍ୟ କରିଥିଲେ।ଏ ଅବସରରେ ଜିଲ୍ଲା,ବ୍ଲକସ୍ତରୀୟ ସଭାପତି ଚୟନ ନେଇ ଦଳୀୟ କର୍ମୀ, ଗଣମାଧ୍ୟମର ପ୍ରତିନିଧି ଓ ସାଧାରଣ ଲୋକଙ୍କ ମତାମତ ନିଆଯାଇଥିଲା।ଶେଷରେ ଖଣ୍ଡପଡ଼ା ନଗର କଂଗ୍ରେସ ସଂଗଠକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଦେଇଥିଲେ।ସମାବେଶରେ ଖଣ୍ଡପଡ଼ା ବ୍ଲକ ଅଧିନ ୨୨ଟି ପଞ୍ଚାୟତ ଓ ଖଣ୍ଡପଡ଼ା ସହରାଞ୍ଚଳରୁ ୧୦୦ ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ, କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق