BREAKING
Loading...
:

ରାସ୍ତାରେ ଜମୁଛି ପାଣି ମରଣଯନ୍ତା ପାଲଟିଛି ଖଣ୍ଡପଡ଼ା-ବନମାଳୀପୁର ରାସ୍ତା

 ରାସ୍ତାରେ ଜମୁଛି ପାଣି 

ମରଣଯନ୍ତା ପାଲଟିଛି ଖଣ୍ଡପଡ଼ା-ବନମାଳୀପୁର ରାସ୍ତା 



ଖଣ୍ଡପଡ଼ା  (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ସହରର ଉପ କାରାଗାର ପାର୍ଶ୍ବ ଦେଇ ନିକଟସ୍ଥ ବନମାଳୀପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ବେଳକୁ ବେଳ ଶୋଚନୀୟ ହୋଇ ପଡୁଛି। ଅଣ ଓସାରିଆ ଏହି ରାସ୍ତା ସାରା ଖାଲଖମାରେ ଭର୍ତ୍ତିହୋଇ ରହିଥିବାରୁ ସାମାନ୍ଯ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଛି।ଫଳରେ ଉକ୍ତ ରାସ୍ତାଦେଇ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ରାସ୍ତାର ଦୁରାବସ୍ଥାକୁ ନେଇ ଅଞ୍ଚଳବାସୀ ପ୍ରତି ମୁହୁର୍ତ୍ତରେ ପ୍ରମାଦ ଗଣୁଥିବା ଜଣାପଡିଛି।ଉକ୍ତ ରାସ୍ତାରେ ଅବସ୍ଥିତ କୁସୁମୀ ସେତୁ ପୂର୍ବରୁ ରାସ୍ତା ଉପରେ ଦିର୍ଘ ଦିନ ହେଲା ଏକ ବଡ ଖାଲ ସୃଷ୍ଟି ହୋଇଛି।ଉକ୍ତ ସ୍ଥାନରେ ପାଣି ଜମି ରହୁଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ବାଇକ ଚାଳକମାନେ ଯାତାୟତ କଲା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖଣ୍ତପଡା ମସିହାରେଗ୍ରାମ୍ଯ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଉନ୍ନତିକରଣ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS