BREAKING
Loading...
:

ଏଲିମେଣ୍ଟାରୀ ସ୍ତରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ଶୋଭନ କୁମାର ପଣ୍ଡା

 ଏଲିମେଣ୍ଟାରୀ ସ୍ତରରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷକ ଶୋଭନ କୁମାର ପଣ୍ଡା 

ଗଣିଆ (ମଣିଭଦ୍ରା ଖବର) ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଏଲିମେଣ୍ଟାରୀ ସ୍ତରରେ ଗଣିଆ ବ୍ଳକରୁ ଜଣେ  ଶିକ୍ଷକ ମନୋନୀତ ହୋଇଛନ୍ତି । ନୟାଗଡ ଜିଲ୍ଲାର ୮ଟି ବ୍ଳକରୁ ଜଣେ ଜଣେ ଶିକ୍ଷକଙ୍କୁ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ତରଫରୁ ଆସନ୍ତାକାଲି ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ପୁରସ୍କାର ବଣ୍ଟନ କରାଯିବ । ଏହି ଅବସରରେ ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ଶିକ୍ଷକ ଶୋଭନ କୁମାର ପଣ୍ଡାଙ୍କୁ ଗଣିଆ ବ୍ଳକ ପାଇଁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ଶ୍ରୀ ପଣ୍ଡା ଜଣେ ଉତ୍ତମ ଶିକ୍ଷକ ଭାବେ ବେଶ୍ ପରିଚିତ । ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ ସାଂଗଠନିକ ଦାୟିତ୍ବ ନିର୍ବାହ କରିବାରେ ସେ ସବୁବେଳେ ତତ୍ପର । ଏହି ଘଟଣା ଜଣାପଡିବା ପରେ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ପ୍ରଧାନଶିକ୍ଷୟତ୍ରୀ ତଥା ପରିଚାଳନା କମିଟି ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS