୩୬ କିଲୋ ଗଞ୍ଜେଇ ଜବତ,କାର ସହିତ ଜଣେ ଗିରଫ
ଦଶପଲ୍ଲା (ମଣିଭଦ୍ରା ଖବର) କାରରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଜଣେ ଗିରଫ ହୋଇଥିବା ବେଳେ ତାଙ୍କ ଠାରୁ ୩୬ କିଲୋ ଗଞ୍ଜେଇ ସହିତ କାର ଜବତ ହୋଇଛି । ଘଟଣାରୁ ଜଣାପଡିଛି ହରଭଙ୍ଗା ଥାନା ସକୁଳେଇ ଗ୍ରାମର ରାଜକିଶୋର ଦନାୟକ ଏକ ସ୍ବିଫ୍ଟ ଡିଜାୟାର କାର ନେଇ ଦ୍ରୁତ ଗତିରେ ଆସୁଥିବା ବେଳେ ବାଣିଗୋଛା ଥାନା ଅଧିକାରୀ ବିନୟ କୁମାର ପରିଡ଼ା ଖବର ପାଇ ଗାଡିଟିର ପିଛା କରିଥିଲେ । ତେବେ ମଧ୍ୟଖଣ୍ଡ ଥାନା ଆଦର୍ଶ ବିଦ୍ୟାଳୟ ପଛପାଖ ରାସ୍ତାରେ ମଧ୍ୟଖଣ୍ଡ ପୋଲିସ ଏବଂ ବାଣିଗୋଛା ପୋଲିସ ଗାଡିଟିକୁ ମାଡି ବସିଥିଲେ । ସେଥିରୁ ୩୬ କିଲୋ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗଞ୍ଜେଇ ଚାଲାଣରେ ବ୍ୟବହୃତ କାରଟି ମଧ୍ୟ ଜବତ ହୋଇଛି । ତେବେ ବୈଦ୍ଧ ଜିଲ୍ଲାରୁ ପ୍ରତିଦିନ ଦଶପଲ୍ଲା ଦେଇ ଗଞ୍ଜେଇ ବେପାର କରିବା ବେପାରୀଙ୍କ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق