BREAKING
Loading...
:

ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂଗଙ୍କୁ ଭେଟିଲେ ଓଡ଼ିଆ ଛାତ୍ର

 ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଂଗଙ୍କୁ ଭେଟିଲେ ଓଡ଼ିଆ ଛାତ୍ର



ସମ୍ବଲପୁର (ମଣିଭଦ୍ରା ଖବର) 


ଦିଲ୍ଲୀରେ  ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂଗଙ୍କୁ ଦିଲ୍ଲୀରେ ଗବେଷଣା କରୁଥିବା ତଥା ଦିଲ୍ଲୀର ଜଣାଶୁଣା ଛାତ୍ରନେତା ନୀଳାମ୍ବର ଦାସ ଓ ସୌମ୍ୟରଞ୍ଜନ ବଡ଼ପଣ୍ଡା ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ମୁଖ୍ୟରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା ୧୮୧୮/ ତା ୨୩. ୦୭. ୨୦୨୫ ଅନୁସାରେ ଓଡ଼ିଶାର ୪୩୧ ଟି ଉଚ୍ଚ ବିଦ୍ୟାଳୟରେ ବାଧ୍ୟତାମୂଳକ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବଦଳରେ ଭୋକେସନାଲ ବା ଧନ୍ଦାମୂଳକ ଶିକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ଓଡ଼ିଶା ସରକାର ଯେଉଁ ଚିଠି ପ୍ରକାଶ କରିଥିଲେ ସେହି ବିଷୟରେ ଆଲୋଚନା କରିଥିଲେ। ତୃତୀୟ ଭାଷା ସଂସ୍କୃତ ଓ ହିନ୍ଦୀକୁ ପୁନଃ ରଖିବା ଓ ଧନ୍ଦାମୂଳକ ଶିକ୍ଷାକୁ ଉଚ୍ଛେଦ କରିବା ପାଇଁ ଆଜି ମନ୍ତ୍ରୀ କଥା ଦେଇଛନ୍ତି। ଓଡ଼ିଆ ଛାତ୍ରଙ୍କ ଉପସ୍ଥିତିରେ ମନ୍ତ୍ରୀ ନିଜେ ଉଭୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜ୍ଞାଙ୍କ ସହ କଥା ହୋଇଥିଲେ ଏବଂ ଏହାର ବହୁତ ଶୀଘ୍ର ସମାଧାନ ପାଇଁ  କଥା ଦେଇଥିଲେ । ମାନ୍ୟବର ମନ୍ତ୍ରୀ କହିଥିଲେ ଦେବଭାଷା ସଂସ୍କୃତର ରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଆମ ସରକାର ସଦାସର୍ବଦା ତତ୍ପର ରହିବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS