ଜାଗା ବଦଳେଇ ବାଲି ଲୁଟୁଛନ୍ତି ମାଫିଆ - ଚିକିଟି ଏନ ଏ ସି ସୁରକ୍ଷିତ ସ୍ଥାନ
ଚିକିଟି - ଚିକିଟି ତହସିଲ ରେ ଲଘୁ ଖଣିଜ ସମ୍ପଦ ଦାୟିତ୍ୱ ଖଣି ବିଭାଗ ହାତ କୁ ଗଲା ପର ଠାରୁ ମାଫିଆ ଆତଙ୍କ ବଢ଼ି ଯାଇଛି.ତହସିଲ ବିଭାଗ ହାତ ରେ ରହିଥିବା ସମୟ ରେ ସ୍ଥାନୀୟ ପ୍ରଶାସନ ପ୍ରତି ଭୟ ରହୁଥିଲା.କିନ୍ତୁ ଏବେ ତାହା ସମ୍ପୂର୍ଣ୍ଣ ଭାବେ ଖଣି ବିଭାଗ ର ଗତିବିଧି ଅଭାବ ରୁ କମି ଯାଇଛି.ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ଚୁପ ରହିଛି.କୌତୁହଳ ର ବିଷୟ ସମ୍ପୃକ୍ତ ବିଭାଗ କୁ ଚକମା ଦେଖେଇ ଜାଗା ବଦଳେଇ କଳିଙ୍ଗ ଦଳା ଡେମ ନିକଟ ରୁ ବାଲି ଲୁଟ ଚାଲିଛି.ବାହୁଦା ନଦୀ ମାଫିଆ ଙ୍କ ସୁନା ଖଣି ଓ ଏହା ମାଫିଆ ନିଜସ୍ୱ ସମ୍ପତ୍ତି ଭାବି ସାରିଲେଣି.ଏ ଆଳ ରେ କୃଷ୍ଣପୁର ଅଞ୍ଚଳ ରୁ ପ୍ରଥମେ ବାଲି ବାହାର କରି ସ୍ଥାନୀୟ ଅଞ୍ଚଳ ଓ ପଡୋଶୀ ରାଜ୍ୟ ଚାଲାଣ କରିବା ପରେ ପ୍ରତିବାଦ ହେବା ଯୋଗୁଁ ସ୍ଥାନ ବଦଳେଇ ଖୁଲମ ଖୁଲା ଲୁଟ ହେଉଛି.ପାଣି ଅଭାବ ରୁ ଚାଷୀ ବାପୁଡ଼ା ମୁଣ୍ଡ ରେ ହାତ ଦେଇ ବସିଛି ଅନ୍ୟ ପଟେ ବାଲି ଦିନ ଦ୍ବି ପ୍ରହର ରେ ବିନା ଲିଜ ରେ ଲୁଟ ହେଉଛି.ତାହା ପୁଣି ଗଛିତ କରାଯାଉଛି ଚିକିଟି ଏନ ଏ ସି ପ୍ରବେଶ ଦ୍ୱାର ରେ.ଦୈନିକ ବହୁ ସଂଖ୍ୟା ରେ ଗାଡି ପଡୋଶୀ ଆନ୍ଧ୍ର ପ୍ରଦେଶ ଓ ସ୍ଥାନୀୟ ଅଞ୍ଚଳ ଚାଲାଣ ହେଉଛି.ଆଉ କିଛି ଡିପୋ କରି ରଖା ଯାଇଛି.କାହାକୁ ଖାତିର କରୁନଥିବା ଲୋକ ଜାଗା ରେ ଏହା ଗଛିତ ଥିବା ଶୁଣିବାକୁ ମିଳୁଛି
କିନ୍ତୁ ଏହା ସମ୍ଭବ କିପରି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି.ଆଇଜର କାମ ରେ ବ୍ୟବହାର ନେଇ ପ୍ରଚାର କରାଯାଉଛି ଏହା ର ଯାଞ୍ଚ ସହିତ ବେଆଇନ ମେସିନ ବ୍ୟବହାର ଓ ଟ୍ରାକଟର ଲୋଡ ଅତ୍ୟଧିକ ଭାବେ ହାଇୱା ରେ ଚାଲାଣ ସମସ୍ତ ଙ୍କୁ ଚକିତ କରିଛି.ଏ ସବୁ ପାଇଁ କେଉଁ ଅଦୃଶ୍ୟ ଶକ୍ତି ର ଆଶ୍ରିବାଦ ରହିଛି ତାହା ସମସ୍ତ ଙ୍କ ମଧ୍ୟ ରେ ଆଶଙ୍କା ସୃଷ୍ଟି କରିଛି.ନା ହୁବୁକା ରେ ଚାଲିଛି ତାହା ଖଣି ବିଭାଗ ର ପ୍ରତିବାଦ୍ଧତା ସ୍ପଷ୍ଟ କରିବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق