ଟିଟିଲାଗଡ଼ ସ୍ଥିତ ଦୈନିକ ଓ ସାପ୍ତାହିକ ହାତପଦା ବଜାର ଅବ୍ୟବସ୍ଥା ନେଇ ପୌର ପରିଷଦ ର ସ୍ୱତନ୍ତ୍ର ପଦକ୍ଷେପ!
ବଲାଙ୍ଗୀର/ଟିଟିଲାଗଡ଼, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ପୌର ପରିଷଦ ଅଧିନସ୍ତ ଦୈନିକ ଓ ସାପ୍ତାହିକ ହାଟପଦାବଜାର ରେ ବର୍ଷାଧିକ କାଳ ହେବ ଶୌଚାଳୟ ନିର୍ମାଣ ହୋଇ ଥିବା ବେଳେ ପାନୀୟ ଜଳ ଯୋଗାଣ ହୋଇ ନ ପାରିବା ରୁ ବନ୍ଦ ପଡି ରହିଥିଲା!
ସାଧାରଣ ତଥା ପଡୋଶୀ ରାଜ୍ୟ ର ଲୋକେ ଏହି ବଜାର ଉପରେ ନିର୍ଭର କରୁଥିବା ବେଳେ ଏକଥନୀୟ ଦୁର୍ଦଶା ଭୋଗୀ ଆସୁଥିଲେ!
ସେହିପରି ମାଛ, ମାଂସ ବଜାର ଅନ୍ୟତ୍ର ସ୍ଥାନାନ୍ତର ସହ ବଜାର ରେ ଷ୍ଟଲ କାର୍ଯ୍ୟକାରୀ ସହ ନିର୍ମାଣ କାମ ଦୀର୍ଘ ଦିନ ରୁ ଅଟକି ରହି ଯିବା ଯୋଗୁଁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା!
ଇତି ମଧ୍ୟରେ ଟିଟିଲାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ରୂପେ ଦାଇତ୍ୱ ଗ୍ରହଣ କରିଥିବା ଚନ୍ଦନ ଶତପଥୀ ଶୌଚାଳୟ କୁ କାର୍ଯ୍ୟକାରୀ କରିଛନ୍ତି!
ପାନୀୟ ଜଳ ସମସ୍ୟା ଯୋଗୁଁ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇ ପାରିଛି!
ଆଗାମୀ ଦିନରେ ବଜାର ର ପରିମଳ ବ୍ୟବସ୍ତା ସହ ନିର୍ମାଣ କାର୍ଯ୍ୟ ଯଥା ଶୀଘ୍ର ସମ୍ପୂର୍ଣ କରାଯିବ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ତା ସହ ସର୍ବନିମ୍ନ ଶୌଚାଳୟ ସୁବିଧା ବନ୍ଦ କାର୍ଯ୍ୟକାରୀ କରି କରାଯିବନି ବୋଲି ପ୍ରକାଶ ପାଇଛି !
ପାନୟ ଜଳ ଯୋଗାଣ ରେ ବିଭାଗୀୟ ଅବ୍ୟବସ୍ଥା ଯୋଗୁଁ ଏହି ବଜାର ରେ ଅବ୍ୟବସ୍ଥା ଲାଗି ରହିବା ଓ ସ୍ଥାନୀୟ ବିଧାୟକ ଶୌଚାଳୟ ଉଦଘାଟନ କରି କିଛି ଦିନ ପରେ ତାହା ବନ୍ଦ କରି ଦିଆ ଯାଇଥିଲା!
ସେହିପରି ଦୂରତ୍ୱ ଯୋଗୁଁ ନୂତନ ନିର୍ମାଣ ମାଛ, ମାଂସ ବଜାର କାର୍ଯ୍ୟକାରୀ ହେବା ସହ ପୂର୍ବଭଳି ଏହି ବଜାର ରେ କିଛି ଦିନ ପାଇଁ କେତୋଟି ମାଛ, ମାଂସ ଦୋକାନ ଖୋଲିବାକୁ ଲୋକ ଙ୍କ ସୁବିଧା ଦୃଷ୍ଟି ରୁ ଅନୁମତି ପ୍ରଦାନ କରାଯାଇଛି!
ଏହି ବଜାର ର ନିର୍ମାଣ ରେ ଅନ୍ୟ ସମସ୍ୟା ଗୁଡିକ ର ଯଥାଶୀଘ୍ର ସମାଧାନ କରାଯିବ ବୋଲି ପ୍ରକାଶ ପାଇଛି !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق