ଭାପୁର ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ମନମୁଖୀ ନୀତି ପାଇଁ ଜନ ଅସନ୍ତୋଷ
ଖଣ୍ଡପଡ଼ା( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଭାପୁର ବ୍ଲକ ର ବିଡ଼ିଓଙ୍କ ମନମାନି ଓ ଅନ୍ତଦ୍ଵୟ ଆବାସ ଯୋଜନାରେ ଉପଯୁକ୍ତ ହିତାଧିକାରୀ ଙ୍କୁ ଯୋଜନା ରେ ଅନ୍ତର୍ଭୁକ୍ତ ନକରି ଆବାସିକ ଗୃହ ନିର୍ମାଣ ପାଇଁ ମନମାନି କରି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରି ଆସୁଥିବା ରୁ ଭାପୁର ବ୍ଲକ ୧୭ ଟି ପଞ୍ଚାୟତର ସମିତି ସଭ୍ୟ, ସରପଂଚଙ୍କ ସହ ସମସ୍ତ ଜନସାଧାରଣ ଙ୍କୁ ନେଇ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଗାନ୍ଧୀ ମୃର୍ତ୍ତୀ ତଳେ ଧାରଣା ରେ ବସିଛନ୍ତି। ପ୍ରକାଶ ଥାଉଁ କି ଭାପୁର ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ସମିତି ସଭ୍ୟ, ସରପଂଚଙ୍କୁ ଅଣଦେଖା କରୁଛନ୍ତି ଓ ମନ ଇଚ୍ଛା ଅନୁସାରେ କାର୍ଯ୍ୟ କରି ଉପଯୁକ୍ତ ହୀତାଧିକାରୀ ଙ୍କୁ ଅନ୍ତଦ୍ବୟ ଆବାସ ଯୋଜନାରୁ ବଞ୍ଚିତ କରିବା ସହ ଅଯୋଗ୍ୟ ବିବେଚିତ ହିତାଧିକାରୀ ପାଉଛନ୍ତି ମାସିକ ଭତା ଏଥିପ୍ରତି ଧ୍ୟାନ ଦେଉନଥିବା ରୁ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ତାହା ବେଖାତିରୀ କରି କେତେକ ଦୃନୀତିଗ୍ରସ୍ତ ବ୍ୟକ୍ତି ଙ୍କ ହାତରୁ ୨୦ ହଜାର ଟଙ୍କା ତାଙ୍କଠାରୁ ନେଇ କାର୍ଯ୍ୟ ହାସଲ କରୁଛନ୍ତି। ଏହା ଦ୍ବାରା ଉପଯୁକ୍ତ ହୀତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ସରକାର ଙ୍କ ଯୋଜନା କୁ ମନମୂଖି ଭାବେ ଖର୍ଚ୍ଚ କରୁଥିବା ପ୍ରତିବାଦରେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق