BREAKING
Loading...
:

ଅଙ୍ଗନୱାଡି ଚାକିରି ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ କିରାଣୀ।

 ଅଙ୍ଗନୱାଡି ଚାକିରି ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ସିଡିପିଓ କିରାଣୀ।




ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ର ବିଷମ କଟକ CDPO ସୁଶିଲା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ର ଙ୍କୁ  ଅଶିଏ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ କୁମ୍ଭାର ଧାମୁଣୀ ଥେରୁବାଲି ରାସ୍ତା ରେ ଗିରଫ କରାଯାଇଛି। ସୂଚନା ମୁତାବକ ବିଷମ କଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ହୁଟେଶି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଶ୍ରୀ ଲାଲୁ ସିକକା ଙ୍କ ନିଜ ସ୍ତ୍ରୀ ପାଇଁ ଚାକିରୀ ଦେବା ଲକ୍ଷେ ଏକ ଲକ୍ଷ କୋଡିଏ ହଜାର ଟଙ୍କାରେ ମୂଳ ଚାଲ ହେଇଥିଲା। ଲାଲୁ ସିକକା ଅଗ୍ରୀମ କୋଡିଏ ହଜାର ଟଙ୍କା ଫୋନ ପେ ମାଧ୍ୟମ ରେ CDPO ଙ୍କୁ ଦେଇଥିଲେ। ଆଜି ଅର୍ଥାତ୍ ୨୨/୦୫ ତାରିଖ ରେ ଅସିଏ ହଜାର ଟଙ୍କା ଦେଉଥିବା ସମୟରେ ରାୟଗଡ଼ା ଭିଜିଲାନ୍ସ୍ ଟିମ୍ କୁମ୍ଭାର ଧାମୁଣୀ ଓ ଥେରୁବାଲି ରାସ୍ତା ରେ ଅପେକ୍ଷା କରି ବସିଥିଲେ। ଠିକ୍ ସେହି ସମୟରେ CDPO ବିଷମ କଟକ ଠାରୁ ଫେରି ନିଜ ବାସ ସ୍ଥଳି ରାୟଗଡ଼ ଯିବା ସମୟ ରେ ମାଡ଼ି ବସି CDPO ଶ୍ରୀମତି ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ର ଙ୍କୁ ଗିରଫ କରିଥିଲେ।ଖବର ଅନୁଯାୟୀ, କୁଟେସୁ ଅଙ୍ଗନ ୱାଡ଼ି କେନ୍ଦ୍ରର ଅଙ୍ଗନ ୱାଡ଼ି ଚାକିରି ପାଇଁ ତିନି ଜଣ ଆବେଦନ କରି ଥିଲେ।  କୁଟେସୁ ଗ୍ରାମର ସିତେ ୱାଡାକା ନାମକ ଯୁବତୀ ଠାରୁ ପୂର୍ବରୁ ସେ 20,000 ଟଙ୍କା ନେଇଥିଲେ। ଆଜି ଲକ୍ଷ ଟଙ୍କା ଶେଷ ଡିଲ୍‌ ବେଳେ ଭିଜିଲାନ୍ସ ରେଡ୍ ହେବା ସହ CDPO ଧରାପଡ଼ିଛନ୍ତି। ଘଟଣା ସ୍ଥଳରୁ ଅନେକ ପ୍ରମାଣ ସଂଗ୍ରହ କରି ତାଙ୍କୁ ଗିରଫ କରାଯାଇଛି। ସରକାରୀ ଅଧିକାରୀ ମାନେ ଏପରି ଅନୈତିକ କାର୍ଯ୍ୟ କଲେ କୌଣସି ମିଳିବା ନାହିଁ ବୋଲି ଜନମାନସ ମଧ୍ୟରୁ ମତ ମିଳିଛି।ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।ଏହି ଚଢ଼ାଉ ଜୟପୁର ଏବଂ ରାୟଗଡ ବିଭାଗ ତରଫରୁ କାରାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS